ଏମାନେ ପାଇଲେ କ୍ରୀଡ଼ା ପୁରସ୍କାର

କ୍ରୀଡା ପାଇଁ ବିଶ୍ବ ସ୍ତରରେ ସ୍ବତନ୍ତ୍ର ପରିଚୟ ପାଇଛି ଓଡ଼ିଶା । ରାଜ୍ୟରେ କ୍ରୀଡାର ବିକାଶ ପାଇଁ ଭିତ୍ତିଭୂମିକୁ ସୁଦୃଢ କରାଯାଇଛି । ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ଉତ୍ସବରେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେଜର ଧ୍ୟାନଚାନ୍ଦ ଥିଲେ ସମସ୍ତଙ୍କ ପାଇଁ ପ୍ରେରଣା । କ୍ରୀଡାକୁ ଆଗକୁ ନେବାରେ ସମସ୍ତଙ୍କ ଅବଦାନ ରହିଛି । ବିଶେଷକରି କ୍ରୀଡାବିତ ସୃଷ୍ଟି କରିବାରେ କୋଚଙ୍କ ପ୍ରମୁଖ ଭୂମିକା ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ଦୁଇଜଣଙ୍କୁ ମରଣୋତ୍ତର ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରାଯାଇଛି । ଦିବଂଗତ ସରୋଜ ଦାସ ଓ ସୁଦର୍ଶନ ସ୍ୱାଇଁଙ୍କ ପରିବାର ସଦସ୍ୟଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସାଇକେଲ ଚାଳିକା ସ୍ୱସ୍ତି ସିଂଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ସମ୍ମାନ, ଦୀପ ରଂଜନ ବିଷୋୟୀ ଶ୍ରେଷ୍ଠ ପାରା କ୍ରୀଡ଼ାବିତ୍ , ଉଦୀୟମାନ ଖେଳାଳି ଭାବେ ସବିତା ଟପ୍ପୋ ପୁରସ୍କୃତ ହୋଇଛନ୍ତି ।

ସେହିପରି ଆନନ୍ଦଚନ୍ଦ୍ର ନାୟକଙ୍କୁ ସ୍ୱତନ୍ତ୍ର କ୍ରୀଡ଼ା ପୁରସ୍କାର, କ୍ରୀଡା କ୍ଷେତ୍ରରେ ଜୀବନ ବ୍ୟାପୀ ସାଧନା ପାଇଁ ପିଟର ତିର୍କୀ ଓ ରାଜେନ୍ଦ୍ର ପ୍ରସାଦ ସିଂଙ୍କୁ ମିଳିଛି ପୁରସ୍କାର । କ୍ରୀଡା ସାମ୍ବାଦିକ ଭାବେ ଅଜୟ କୁମାର ଦାସଙ୍କୁ ପୁରସ୍କୃତ କରାଯାଇଛି । ଏବେ ସେ ନନ୍ଦିଘୋଷ ଟିଭିର ବରିଷ୍ଠ ସାମ୍ବାହିକ ଭାବେ କାର୍ଯ୍ୟ କରୁଛନ୍ତି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଜୟଙ୍କୁ ପୁରସ୍କାର ସହ ମାନପତ୍ର ପ୍ରଦାନ କରିଛନ୍ତି ।….

Post Views9 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!