ପାକିସ୍ତାନର ଡିଏସପି ହେଲେ ହିନ୍ଦୁ ମହିଳା

ପାକିସ୍ତାନର ଡିଏସପି ହେଲେ ମନିଷା ରୋପେଟା । ପ୍ରଥମ ହିନ୍ଦୁ ମହିଳା ଭାବେ ସେ ପାକିସ୍ଥାନରେ ନିଯୁକ୍ତି ପାଇଛନ୍ତି । ପାକିସ୍ତାନରେ ଝିଅମାନେପାଠ ପଢି ବଡ ହେଲେ ସେମାନଙ୍କୁ ପ୍ରାୟତଃ ଶିକ୍ଷୟିତ୍ରୀ କିମ୍ବା ଡାକ୍ତର ହେବାକୁ ପରାମର୍ଶ ଦିଆଯାଇଥାଏ । ମନୀଷା ରୋପେଟା ଯେତେବେଳେ MBBS ପ୍ରବେଶିକା ପରୀକ୍ଷାରେ ବିଫଳ ହୋଇଥିଲେ ସେତେବେଳେ ଡାକ୍ତର ହେବାର ଦ୍ୱାର ବନ୍ଦ ହୋଇଯାଇଥିଲା । ଏହାପରେ ସେ ତାଙ୍କ ପରିବାକୁ କହିଥିଲେ ଯେ ସେ ଫିଜିକାଲ୍ ଥେରାପିରେ ଡିଗ୍ରୀ କରୁଛନ୍ତି । କିନ୍ତୁ ତା ସହିତ ସେ ସିନ୍ଧ ଲୋକ ସେବା ଆୟୋଗ ପରୀକ୍ଷା ପାଁ ପ୍ରସ୍ତୁତି କଲେ ଏବଂ ୪୬୮ ପରୀକ୍ଷାର୍ଥୀଙ୍କ ଭିତରୁ ୧୬ ତମ ସ୍ଥାନରେ ଆସି ଉର୍ତିଣ୍ଣ ହେଲେ  ।  ପ୍ରଥମ ହିନ୍ଦୁ ମହିଳା ଭାବେ ପାକିସ୍ତାନର ଡିଏସପି ହେବା ଏତେ ସହଜ ନଥିଲା । ତଥାପି ତାଙ୍କୁ ତାଙ୍କ ବରିଷ୍ଠ ଅଧିକାରୀ ଏବଂ ସହକର୍ମୀମାନେ ସମ୍ମାନର ସହ ବ୍ୟବହାର କରିଥିଲେ ଏବଂ ତାଙ୍କୁ ସମର୍ଥନ ବି କରିଥିଲେ । ତେବେ ମନିଷାଙ୍କ ଏହି ସଫଳତା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Post Views17 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!