ଧରାବତଣ କରିଛନ୍ତି ପ୍ରଭୁ ଯୀଶୂ।ଉତ୍ସବ ମୁଖର ବିଭିନ୍ନ ଚର୍ଚ୍ଚ । ସମବେତ ପ୍ରାର୍ଥନା କରି ପ୍ରଭୁଙ୍କ ଧରାବତରଣକୁ ପାଳନ କରିଛନ୍ତି ଶ୍ରଦ୍ଧାଳୁ । ବିଭିନ୍ନ ଚର୍ଚ୍ଚରେ କରାଯାଇଛି ବ୍ୟାପକ ବ୍ୟବସ୍ଥା । ବଡ଼ଦିନ ପାଇଁ ଚର୍ଚ୍ଚଗୁଡ଼ିକୁ ସୁନ୍ଦର ଆଲୋକମାଳାରେ ସଜାଯାଇଛି । ଭଗବାନ ଯୀଶୁଙ୍କୁ ଆଗମନକୁ ଏପରି ଢଙ୍ଗରେ ବିଭିନ୍ନ ଚର୍ଚ୍ଚରେ ସ୍ୱାଗତ କରାଯାଇଛି । ଶ୍ରଦ୍ଧାଳୁମାନେ ଯୀଶୁଙ୍କ ପାଦ ଚୁମ୍ବନ କରି ସେମାନଙ୍କ ଶ୍ରଦ୍ଧା ନିବେଦନ କରିଥିଲେ । ରାତିସାରା ଚର୍ଚ୍ଚକୁ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ସମେତ ସବୁ ଧର୍ମର ଲୋକଙ୍କ ସମାଗମ ହୋଇଥିଲା। ଆଜି ମଧ୍ୟ ସକାଳୁ ସକାଳୁ ଭିଡ଼ ଜମିଛି।

