ଓଡ଼ିଶାରେ ପ୍ରଥମ ଥର ପାଇଁ ଅତ୍ୟାଧୁନିକ ଇନ୍‌ଭେଷ୍ଟମେଣ୍ଟ ବିଲ୍‌ଡିଂ

ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଭୁବନେଶ୍ୱର ମଣ୍ଡଳର ସୂର୍ଯ୍ୟନଗର ଶାଖାଠାରେ ଏକ ଅତ୍ୟାଧୁନିକ ଇନ୍‌ଭେଷ୍ଟମେଣ୍ଟ ବିଲ୍‌ଡିଂର ଭୂମିପୂଜନ କାର୍ଯ୍ୟକ୍ରମ ଶନିବାର ଆନୁଷ୍ଠାନିକ ଭାବେ ଶେଷ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ଫାଉଣ୍ଡେଶନ ଷ୍ଟୋନ୍‌ ଲେଇଂ ସେରେମନି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଏଲ୍‌ଆଇସିର ଚେୟାରମ୍ୟାନ ସିଦ୍ଧାର୍ଥ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ ସହ ଭିତ୍ତିପ୍ରସ୍ତର ପକାଇଥିଲେ। ଏହି ଅବସରରେ ଏଲ୍‌ଆଇସିର ପୂର୍ବ ମଧ୍ୟ କ୍ଷେତ୍ରୀୟ ପ୍ରବନ୍ଧକ ଶ୍ରବଣ କୁମାର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ଇଂ) ଅରୂପ କୁଣ୍ଡୁ , ବି.ବି ଯାଦବ ଏବଂ ମୁଖ୍ୟଯନ୍ତ୍ରୀ ମୃଗାଙ୍କ ଘୋଷଙ୍କ ସମେତ ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ମନୋରଞ୍ଜନ ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଏଲ୍‌ଆଇସିର ଏହି ଅଭିନବ ପ୍ରକଳ୍ପ (ଯୋଜନା) ଓଡ଼ିଶାରେ ପ୍ରଥମ ଥର ପାଇଁ ହୋଇଥିବାବେଳେ ଆଗାମୀ ଦିନରେ ନିଗମ ରାଜ୍ୟରେ ଅନେକ ବିକାଶମୂଳକ ପଦକ୍ଷେପ ସହ ଏଲ୍‌ଆଇସିକୁ ସୁଦୃଢ କରିବା ପାଇଁ ଆମେମାନେ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡିବ ବୋଲି ସିଦ୍ଧାର୍ଥ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି। ସେହିଭଳି ପୂର୍ବାହ୍ନରେ କଟକର ସିଡିଏ ସେକ୍ଟର-୬ଠାରେ ଏଲ୍‌ଆଇସି ହାଉସିଂ ପ୍ରୋଜେକ୍ଟର ଆନୁଷ୍ଠାନିକ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏଲ୍‌ଆଇସିର ଚେୟାରମ୍ୟାନ୍‌ ସିଦ୍ଧାର୍ଥ ମହାନ୍ତିଙ୍କ ସମେତ ଏଲ୍‌ଆଇସିର ପୂର୍ବ ମଧ୍ୟ କ୍ଷେତ୍ରୀୟ ପ୍ରବନ୍ଧକ ଶ୍ରବଣ କୁମାର, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ(ଇଂ) ଅରୂପ କୁଣ୍ଡୁ, ବି.ବି ଯାଦବ, ମୁଖ୍ୟଯନ୍ତ୍ରୀ ମୃଗାଙ୍କ ଘୋଷ ଏବଂ ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ଅନନ୍ତ ଭୂଷଣ ରଥ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ସିଦ୍ଧାର୍ଥ

ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଚେୟାରମ୍ୟାନ ସିଦ୍ଧାର୍ଥ ମହାନ୍ତି ନିକଟରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ସେ ପ୍ରଥମ ଦିନ ପୁରୀ ଅଭିମୁଖେ ଯାଇଥିବାବେଳେ ଗସ୍ତର ୨ୟ ଦିନରେ ଉଭୟ ସରକାରୀ ଓ ନିଗମର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହିତ କଟକ ଏବଂ ଭୁବନେଶ୍ୱରରେ ୨ଟି ଭୂମିପୂଜନ ଓ ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ଯୋଗଦେବା ସହ ଉକ୍ତ ପ୍ରକ୍ପରର ଶୁଭାରମ୍ଭ କରିଥିଲେ। ଉଲ୍ଲେଖଯୋଗ୍ୟ ଏଲ୍‌ଆଇସିର ନ୍ୟୁ ପଲିସି ‘ଜୀବନ ଉତ୍ସବ’ର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ରାଜ୍ୟର ସମସ୍ତ ହିତାଧିକାରୀଙ୍କ ବିଶ୍ୱାସଭାଜନ ଓ ସହଯୋଗ ପାଇଁ ସେ ଧନ୍ୟବାଦ ପ୍ରଦାନ କରିଥିଲେ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!