କଠିନ ପରିଶ୍ରମ ଏବଂ ନିଷ୍ଠା ସଫଳତା ରାସ୍ତାରେ ବାଟ କଢେଇ ନିଏ । ସବୁ ପ୍ରତିବନ୍ଧକକୁ ଡେଇଁ ଆଗକୁ ବଢିବାକୁ ଶକ୍ତି ଯୋଗାଏ । ଦୃଢ ମନୋବଳ ଓ ସ୍ଥିର ଲକ୍ଷ୍ୟ ଯେ କୌଣସି ସ୍ତରରେ ସଫଳତା ଆଣିଦିଏ । ପେଟର ଭୋକକୁ ମାରି, ସ୍ୱପ୍ନ ପୂରା କରିବାର ଭୋକକୁ ମେଣ୍ଟାଇବା ଅନେକଙ୍କ ପାଇଁ ସହଜ ହୋଇନଥାଏ । ଆଉ ଏହାକୁ ଯେଉଁମାନେ ସମ୍ଭବ କରି ଦେଖାନ୍ତି, ସେମାନଙ୍କୁ ଯୋଦ୍ଧା କୁହାଯାଏ । ଏଭଳି ଜଣେ ଯୋଦ୍ଧା ଓ ମହାନ ବ୍ୟକ୍ତିତ୍ବ ହେଉଛନ୍ତି କଟକର ଜୀବନଜ୍ୟୋତି ବାରିକ । ପରିଶ୍ରମ କରିବାର ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ , ଆଉ ନିଜ ଇଚ୍ଛାକୁ ପୂରଣ କରିଛନ୍ତି ଜୀବନଜ୍ୟୋତି ।
ମହିଳାଙ୍କୁ ବିକଶିତ କରିବା ତାଙ୍କର ଲକ୍ଷ୍ୟ । ରାଜ୍ୟର ସାମାଜିକ ଓ ଆର୍ଥିକ ବିକାଶକୁ ସୁଦଢ କରିବା ତାଙ୍କର ଉଦ୍ଦେଶ୍ୟ । ପିଲାଟିବେଳୁ ବାପାଙ୍କୁ ହରାଇଥିଲେ ସେ । ଘରେ ମା ଭଉଣୀଙ୍କ ସହ ରହୁଥିଲେ । ବାପାଙ୍କ ଦେହାନ୍ତ ପରେ ଦାରିଦ୍ର୍ୟକୁ ଭଲରେ ବୁଝିଛନ୍ତି ଜୀବନ । ତେଣୁ ତାହାର ଛାୟାକୁ ହଟାଇବାକୁ ସେ ନିରନ୍ତର ପ୍ରୟାସ ଆରମ୍ଭ କରିଥିଲେ। ଆଇଆଇଟି କରିଥିଲେ ହେଲେ ଅର୍ଥ ପାଇଁ ସେ ପେଣ୍ଟି କରି ରୋଜଗାର କରିବା ଆରମ୍ଭ କରିଥିଲେ
।
ସମାଜରେ ମହଳାଙ୍କ ସ୍ଥିତିକୁ ଦେଖି ଜୀବନ ଜ୍ୟୋତି ବାରିକ୧୯୯୮ରେ ଆରମ୍ଭ କରିଥିଲେ ନିଜର ଏକ ଅନୁଷ୍ଠାନ ନୂଆ ଓ ନିଆରା ଗାଁ , ଆମ ମା , ଆମ ମିରାମ୍ବିକା । ମିରାମ୍ବିକା ସ୍ବୟଂ ସହାୟିକା ଗୋଷ୍ଟୀ ମାଧ୍ୟମରେ ମହିଳାମାନଙ୍କୁ ଆର୍ମନିର୍ଭରଶୀଳ କରାଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା, ସେମାନଙ୍କ ମନରେ ନୂଆ ଆଶା ସଞ୍ଚାର କରିବା , ଗ୍ରାମାଞ୍ଚଳ ଅର୍ଥନିତୀରେ ମହିଳାଙ୍କ ସହଭାଗିତାକୁ ସୁନିଶ୍ଚିତ କରିବା ଭଳି ମହତ୍ବ ଉଦ୍ଦେଶ୍ୟ ରଖି ଆଗେଇ ଚାଲିଛି ମିରାମ୍ବିକା । ଆଧୁନିକତା ଭିତରେ ଲୁଚିଯାଉଥିବା ଓଡିଶାର ସ୍ବତନ୍ତ୍ର ହସ୍ତକଳାକୁ ବଞ୍ଚାଇବା ଏ ଅନୁଷ୍ଠାନ ପ୍ରାଥମିକତା ଦେଉଛି ।
ବିଭିନ୍ନ ଅଞ୍ଚଳରେ ଅନୁଷ୍ଠାନ ପକ୍ଷରୁ ମହିଳାଙ୍କୁ ତାଲିମ ଦିଆଯଆଉଛି । ଆରମ୍ଭ ହୋଇଥିବା ଉଦ୍ୟମ ଏବେ ଦେଶ ବିଦେଶେ ନିଜର ପରିଚୟ ସୃଷ୍ଟି କଲାଣି । ଛୋରରୁ ଆରମ୍ଭ ହୋଇ ଏବେ ପ୍ୟାକେଜିଂ କ୍ଷେତ୍ରରେ କିଛି ପ୍ରମୁଖ କଂମ୍ପାନୀ ଅଧିଗ୍ରହଣ କରିଛି । ପ୍ରଥମେ କଲର ପେଣ୍ଟିଂ ଓ ପରେ ଖାଦ୍ୟ ପ୍ୟାକେଜୁଂରୁ ଆରମଭ ହୋଇଥିଲା ଜୀବନଙ୍କ ଜୀବନ ଯାତ୍ରା ଏବେ ଶହ ଶହ ମହିଳାଙ୍କୁ ସେ ସ୍ବାମଲ୍ବୀ କରିବାରେ ସଫଳ ହୋଇଛନ୍ତି । ବିଶ୍ୱ ଫୋରମରେ ଓଡିଶାର କୁଟୀର ଶିଳ୍ପକୁ ଜଣାଶୁଣା ତଥା ଲୋକପ୍ରିୟ କରିବାରେ ମିରମ୍ବିକାଙ୍କର ଏକ ଉଲ୍ଲେଖନୀୟ ଅବଦାନ ରହିଛି |

ମହିଳାମାନେ ନିଜ ହାତରେ ବିଭଇନ୍ନ ପ୍ରକାର ଜିନିଷ ତିଆରି କରୁଛନ୍ତି। କଟକ ବାଲିଯାତ୍ରାଠୁ ଆରମ୍ଭ କରି ମହିଳାପାଇଁ ତାଙ୍କ ହାତ ତିଆରି ସାମଗ୍ରୀ ବିକ୍ରି ହୋଇଥାଏ । ଏହା ସହ ଇକୋ ଫ୍ରେଣ୍ଟଲି ଜିନିଷ ସବୁ ନିଜସ୍ବ ଜ୍ଞାନ କୌଶଳରେ ତିଆରି କରୁଛନ୍ତି ମହିଳା ଗୋଷ୍ଠାୀ ।
ମିରାମ୍ବିକା ଏକ ସାମାଜିକ ଓ ଅର୍ଥନୈତିକ ସଚେତନତା ସୃଷ୍ଟି କରୁଥିବାରୁ ଜୀବନ ଜ୍ୟୋତିଙ୍କୁ ଓଡିଶା ସରକାର ଓ ଭାରତ ସରକାରଙ୍କ ପକ୍ଷରୁ ପୁରସ୍କୃତ ହୋଇଛି । ଆଗକୁ ପ୍ରଚେଷ୍ଟା ଅଛି ବିଶ୍ୱ ଦରବାର ରେ ଓଡିଶାର ଉପସ୍ଥିତି କୁ ନେଇକି ଇତିହାସ ରେ ପଦାର୍ପଣ କରେଇବ

