ସିଏ ଜନତାଙ୍କ ସେବାରେ, ସେ ସଚ୍ଚୋଟତାର ଶୀର୍ଷରେ । ପରୋପକାରୀ, ନିଷ୍କପଟ, କର୍ମଯୋଗୀ ତଥା ବାଲିକୁଦା-ଏରସମାର ସେବକ ସାରଦା ପ୍ରସନ୍ନ ଜେନା । ରାଜନୀତିରେ କେତେ ଆସନ୍ତି କେତେ ଯାଆନ୍ତି ହେଲେ ସାରଦା ଥରେ ଆସି ବାଲିକୁଦା-ଏରସମାର ହୃଦୟରେ ନିବିଡ ଭାବେ ବସା ବାନ୍ଧି ରହିଯାଇଛନ୍ତି । ମାଟି ପ୍ରତି ତାଙ୍କର ସମର୍ପିତ ଭାବ ଏବଂ ତାଙ୍କପ୍ରତି ଲୋକଙ୍କ ଭଲପାଇବାକୁ ଆଧାର କରି ଏଥର ବାଲିକୁଦା-ଏରସମା ବିଧାନସଭା ନିର୍ବାଚନମଣ୍ଡଳୀରୁ ସାରଦା ପ୍ରସନ୍ନ ଜେନାଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ଦଳ ସାରଦା ପ୍ରସନ୍ନ ଜେନାଙ୍କ ଉପରେ ଭରସା କରି ତାଙ୍କ ନାମରେ ମୋହର ମାରିଛି ।
କାଳିଆ ଯୋଜନାର ଉପଦେଷ୍ଟା ଥିବା ସାରଦାଙ୍କୁ ଟିକେଟ ଘୋଷଣା ପରେ ତାଙ୍କ ସମର୍ଥକମାନଙ୍କ ପକ୍ଷରୁ ତାହାକୁ ଜୋରଦାର ସ୍ବାଗତ କରାଯାଇଛି । ସାରଦା ଜେନା ଦୀର୍ଘ ୩୦ ବର୍ଷ କାଳ ତୃଣମୂଳ ସ୍ଥର ରୁ ରାଜନୀତି ସହିତ ଜଡିତ ରହି ଆସିଛନ୍ତି । ସେ ଏବେ ବିଜେଡିର ରାଜ୍ୟ ସମ୍ପାଦକ ରହିଛନ୍ତି । ଏକାଧିକ ଥର ସେ ଏରସମାରୁ ଜିଲ୍ଲା ପରିଷଦ ସଭ୍ୟ ଭାବରେ ନିର୍ବାଚିତ ହୋଇ ଆସିବା ସହ ଦଳୀୟ ସଂଗଠନ କୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛନ୍ତି ।
ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ଜନନେତା, ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଓ ରାଜ୍ୟ କାଳିଆ ଯୋଜନାର ଉପଦେଷ୍ଟା ତଥା ଜଗତସିଂହପୁର ଜିଲ୍ଲା ଯୋଜନା ବୋର୍ଡ ଏକ୍ସପୋର୍ଟ ମେମ୍ବର ସାରଦା ପ୍ରସନ୍ନ ଜେନା । ସେ ଛାତ୍ର ଜୀବନରୁ ପ୍ରତ୍ୟକ୍ଷ ରାଜନୀତିକୁ ଆସି ପ୍ରଥମେ ସମିତି ସଭ୍ୟ ଓ ଜିଲ୍ଲାପରିଷଦ ସଭ୍ୟ ଭାବେ ଦୁଇ ଦୁଇଟି ପଦବୀରେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ତୃଣମୂଳ ରାଜନୀତି ସହ ଜଡ଼ିତ ସାରଦା ଲଗାତାର ଭାବେ ବିଭିନ୍ନ ଜିଲ୍ଲାପରିଷଦ ଜୋନରୁ ଚାରି ଚାରି ଥର ନିର୍ବାଚନ ଲଢିବହୁ ଭୋଟ ବ୍ୟବଧାନରେ ଜିତି ଜିଲ୍ଲାରେ ନୂଆ ରେକର୍ଡ କରିଥିଲେ । ସେ ନିଜକୁ ଜଣେ ଅପ୍ରତିଦ୍ୱନ୍ଦୀ ନେତା ଭାବରେ ପ୍ରତିପାଦିତ କରିଥିଲେ ।
ସାରଦାଙ୍କୁ ବାଲିକୁଦା-ଏରସମାର ଲୋକମାନେ ବେଶ ଭଲପାଆନ୍ତି । କାରଣ ସାରଦାଙ୍କ ପାଖରେ ପାଖରେ ବିଭେଦତା ନଥାଏ । ସେ ଦଳଗତ ନିର୍ବିଶେଷରେ ଲୋକମାନଙ୍କ ସେବାପାଇଁ କାର୍ଯ୍ୟ କରନ୍ତି । ଯେତେବେଳେ ଯିଏ ଯେଉଁ ସମସ୍ୟା ନେଇ ତାଙ୍କ ଦ୍ବାରସ୍ଥ ହୋଇଥାନ୍ତି ସେ ଆପ୍ରାଣ ଉଦ୍ୟମ କରି ତାର ସମାଧାନ କରନ୍ତି । ଏପରିକି ବ୍ଲକ, ଥାନା, ତହସିଲ, କୋର୍ଟ କଚେରୀକୁ ନିଜେଯାଇ ଲୋକମାନଙ୍କ ସମସ୍ୟା ବୁଝନ୍ତି ।
୨୦୧୪ ବିଧାନସଭା ନିର୍ବାଚନରେ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ଭାବେ ପ୍ରାର୍ଥୀ ହୋଇପାଖାପାଖୁ ୨୫ ହଜାର ଭୋଟ ପାଇ ନିଜକୁ ଜଣେ ଲୋକପ୍ରିୟ ଜନନେତା ଭାବେ ଦେଖାଇଦେଇଥିଲେ । ପରେ ବିଜୁ ଜନତା ଦଳରେ ସେ ସାମିଲ ହୋଇଥିଲେ । ବର୍ତ୍ତମାନ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳର ରାଜନୈତିକ ସମୀକରଣ ଯାହା ରହିଛି ତାକୁ ଅନୁଧ୍ୟାନ କଲେ ସାରଦା ହିଁ ଉପଯୁକ୍ତ ପ୍ରାର୍ଥୀ ବୋଲି ଚର୍ଚ୍ଚା ଜୋରଦାର ହେଉଛି ।ନିର୍ବିବାଦୀୟ ବ୍ୟକ୍ତିତ୍ୱ ହୋଇଥିବାରୁ ସାରଦାଙ୍କୁ ସବୁ ମହଲରେ ସ୍ବାଗତ କରାଯାଉଛି । ଆଗାମୀ ନିର୍ବାଚନରେ 30 ହଜାରରୁ ଅଧିକ ଭୋଟରେ ବିଜୟ ଲାଭ କରିବେ ବୋଲି ସାରଦା ଆଶା ରଖିଛନ୍ତି ।

