ବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନ ପାଇବ କ୍ରୀଡା ବିଷୟବସ୍ତୁ

ପୁରୁଷ ହକି ବିଶ୍ୱକପ ଆୟୋଜନ କରି ହକିର ହବ ପାଲଟିଛି ଓଡ଼ିଶା । କ୍ରୀଡା ପାଇଁ ୧୨୧୭ କୋଟି ଟଙ୍କାର ବଜେଟ ବ୍ୟୟ ବରାଦ ହୋଇଛି । କ୍ରୀଡା ପାଇଁ ୨ ହଜାର ୫ ସହ କୋଟିର ପ୍ରୋଜେକ୍ଟ ଓଡ଼ିଶାରେ ଚାଲୁରହିଛି ।କର୍ପୋରେଟ ଓ କ୍ରୀଡାବୀତିଙ୍କ ପାଇଁ ହାଇ ପରଫର୍ମାନ୍ସ ସେଣ୍ଟର ଆରମ୍ବ କରାଯାଇଛି ।

ହକିର ପୀଠ ଭାବେ ସୁନ୍ଦରଗଡ଼ ଜିଲ୍ଲାରେ ୧୭ଟି ଆଷ୍ଟ୍ରୋ -ଟର୍ଫ ହକି ପଡିଆ ନିର୍ମାଣ ହୋଇଛି । ଏଥିସହ ରାଜ୍ୟର ସହରାଞ୍ଚଳରେ ୯୦ ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ପ୍ରତିଷ୍ଠା ସହ ୬ ଟି ଫିଫା ଷ୍ଟାଣ୍ଡାର୍ଡ ପିଚ ବିକଶିତ କରିଛନ୍ତି ।

ଓଡ଼ିଶାରେ କ୍ରିକେଟ ଉପରେ ଆଗାମୀ ଦିନରେ ଫୋକସ କରିବ କ୍ରୀଡା ବିଭାଗ । ଆସନ୍ତା ଶିକ୍ଷାବର୍ଷରୁ ବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନ ପାଇବ କ୍ରୀଡା ବିଷୟବସ୍ତୁ । ପରବର୍ତ୍ତୀ ସମୟରେ ଏହାକୁ ବାଧ୍ୟତାମୂଳକ କରାଯିବ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!