ଚୀନରେ ମାଡୁଛି କରୋନା

ଚୀନରେ ଭୟଙ୍କର କରୋନା ସ୍ଥିତି । ଶବ ଦାହ ପାଇଁ ଲମ୍ବା ଲାଇନ ଲାଗିଛି ଶ୍ମଶାନରେ  । ଶବ ଦାହ କରିବାକୁ ଘଣ୍ଟା ଘଣ୍ଟା ଧରି ପରିଜନଙ୍କୁ ଅପେକ୍ଷା କରିବାକୁ ପଡୁଛି । ୨୪ ଘଣ୍ଟା ମଶାଣିରେ ଶବ ଦାହ କରାଯାଉଥିବା କହିଛନ୍ତି ଚୀନ ହେନାନ ଅଂଚଳର ଜଣେ ବ୍ୟକ୍ତି । ହେନାନ ସହରରେ ୮ଟି ଶ୍ମଶାନ ଥିବାବେବେଳେ ସେଠାରେ ୨୪ ଘଣ୍ଟା ଶବ ଦାହ କରାଯାଉଛି ।ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ମୃତଦେହ ଗୁଡିକୁ ରେଫ୍ରିଜେରେଟରରେ ରଖାଯାଇଛି । କ୍ରମିକ ନମ୍ବର କରି ଶବ ଗୁଡିକୁ ଦାହ କରାଯାଉଛି । ଚୀନରେ ୧ ଲକ୍ଷ ୧୮ ହଜାର ପଜିଟିଭ ଥିବା ଜଣାପଡିଛି ।

Post Views9 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!