ପୁଅକୁ ଖାଇବାକୁ ନ ଦେଇ ମାରିଲା ମାଆ

୧୦ ବର୍ଷିୟ ପୁଅକୁ ଖାଇବାକୁ ନ ଦେଇ ମାରିଥିବା କାରଣରୁ ଆମେରିକାର ଉତ୍ତର କେରୋଲିନା ଅନ୍ତର୍ଗତ ମୋରିସ୍ଭିଲ୍ ସହରରେ ରହୁଥିବା ପ୍ରିୟଙ୍କା ତିୱାରୀ ନାମ୍ନୀ ଜଣେ ଭାରତୀୟ ମହିଳାଙ୍କ ନାମରେ ନରହତ୍ୟା ମାମଲା ରୁଜୁ କରାଯାଇଛି। ଶବ ପଚି ଆସିଥିବା ଦେଖି ପୁଲିସ ସୁନିଶ୍ଚିତ ହେଲା ଯେ, ପିଲାଟି କେତେ ଦିନ ତଳୁ ମରିଯାଇଛି। ସେମାନେ ଦେଖିଲେ ଘରେ ଖାଇବା ଜିନିଷ ପ୍ରାୟ କିଛି ନାହିଁ। ସେମାନେ ସୁନିଶ୍ଚିତ ହେଲେ ଯେ, ମୃତ୍ୟୁର ପ୍ରାୟ ମାସେ ଆଗରୁ ସେ ପିଲାର ଓଜନ ଖୁବ୍ ହ୍ରାସ ପାଇଥିଲା। ପିଲାଟି ନିର୍ୟାତନା ଓ ଅବହେଳା କାରଣରୁ ମରିଥିବା କଥା ତଦନ୍ତକାରୀମାନେ ସୁନିଶ୍ଚିତ ହୋଇଥିଲେ ବି ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେମାନେ କହିଛନ୍ତି।
ମୋରିସଭିଲସ୍ଥିତ ବାସଭବନରୁ ତାଙ୍କ ପୁଅର ଗଳିତ ଶବ ଉଦ୍ଧାର କରାଯାଇଛି। ସେଦିନ ସନ୍ଧ୍ୟା ୫.୩୫ରେ ୩୩ ବର୍ଷୀୟ ତିୱାରି ୯୧୧କୁ ଫୋନ୍ କରି ଜଣାଇଲେ ଯେ, ତାଙ୍କ ପୁଅ ନିଶ୍ଚଳ ହୋଇ ପଡ଼ିରହିଛି। ସେଠାରେ ପହଞ୍ଚି ପୁଲିସ ଓ ପାରାମେଡିକ୍ କର୍ମଚାରୀମାନେ ପୁଅର ‘ସିପିଆର୍’ କଲେ, କିନ୍ତୁ ତା’ର ଶ୍ବାସକ୍ରିୟା ଫେରିଲା ନାହିଁ।

Post Views13 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!