ଦେଶ ପାଳୁଛି କାରଗିଲ ବିଜୟ ଦିବସ। ଜୁଲାଇ ୨୬ ତାରିଖ, ଭାରତୀୟ ଇତିହାସରେ ଏକ ସ୍ମରଣୀୟ ଦିନ। ଭାରତୀୟ ଯବାନ ମାନେ ଏହି ଦିନ ନିଜ ବୀରତ୍ୱ ଓ ସାହାସର ନିଦର୍ଶନ ପ୍ରଦର୍ଶନ କରିଥିଲେ। ୧୯୯୯ ମସିହା ମେ ମାସରୁ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ଜୁଲାଇ ୨୬ ତାରିଖରେ କାର୍ଗିଲ ଘାଟିକୁ ନିଜ ଅକ୍ତିଆରକୁ ନେଇଥିଲେ ଭାରତୀୟ ଯବାନ। ୧୯୯୯ ମସିହା ଆଜିର ଦିନରେ ଶତ୍ରୁ ଉପରେ ଭାରି ପଡ଼ିଥିଲା ଭାରତୀୟ ସେନା ।
ପାକିସ୍ତାନ ସେନାକୁ ମାତ୍ ଦେଇ କାରଗିଲରେ ତ୍ରିରଙ୍ଗା ଉଡ଼ାଇଥିଲେ ଭାରତୀୟ ସୈନ୍ୟ । ଗର୍ବ ଓ ଗୌରବରର ସେହି ଐତିହାସିକ ମୁହୂର୍ତ୍ତକୁ ମନେ ପକାଇବା ପଇଁ ଆଜିର ଦିନକୁ କାର୍ଗିଲ ବିଜୟ ଦିବସ ଭାବେ ପାଳନ କରାଯାଏ ।24ବର୍ଷ ତଳେ ଶତ୍ରୁ ରାଷ୍ଟ୍ରଠାରୁ କାରଗିଲକୁ ଛଡ଼ାଇ ଆଣିବା ପାଇଁ ଆରମ୍ଭ ହୋଇଥିଲା ଭୟାନକ ଯୁଦ୍ଧ । ରକ୍ତାକ୍ତ ସଂଘର୍ଷରେ ଦେଶମାତୃକା ପାଇଁ ପ୍ରାଣବଳି ଦେଇଥିଲେ ଅନେକ ବୀରପୁତ୍ର ।
ଯୁଦ୍ଧରେ ସହିଦ ହୋଇଥିଲେ ୫୨୭ ଜଣ ଯବାନ । ଗୁଳିଗୋଳା ଶବ୍ଦରେ କମ୍ପିଥିଲା ଉପତ୍ୟକା । ୧୯୯୯ ମସିହା ଜୁଲାଇ ୨୬ ତାରିଖରେ ଇତିହାସ ରଚିଥିଲେ ଭାରତୀୟ ଯବାନ । ପାକିସ୍ତାନ ଉପରେ ବିଜୟ ଲାଭ କରିଥିଲା ଭାରତ । ସେହି ଐତିହାସିକ ଦିନକୁ ସ୍ମରଣ କରିବା ସହ ବୀରପୁତ୍ରଙ୍କୁ ମନେ ପକାଇବା ପାଇଁ ପ୍ରତିବର୍ଷ ଜୁଲାଇ ୨୬କୁ କାରଗିଲ ବିଜୟ ଦିବସ ଭାବେ ପାଳନ କରାଯାଏ ।



