୩ ଦିନିଆ ଓଡ଼ିଶା ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। କଟକରେ ରାଷ୍ଟ୍ରପତିଙ୍କ ଦିନ ତମାମ କାର୍ଯ୍ୟକ୍ରମ ରହିଛି। କଟକ ଚଣ୍ଡୀ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି ମହାମହିମ । ମନ୍ଦିରରେ ପାଖାପାଖି ୧୫ ମିନିଟ୍ ରହିଥିଲେ ରାଷ୍ଟ୍ରପତି ।
ମନ୍ଦିରରୁ ବାହାରିବା ପରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ । ଚଣ୍ଡିମନ୍ଦିରରୁ ବାହାରି ଶୈଳବାଳା ମହିଳା ସ୍ୱଂୟଶାସିତ ମହା ବିଦ୍ୟାଳୟକୁ ଯାଇଛନ୍ତି ମହାମହିମ । ସେଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।ଏହା ପରେ ଓଡ଼ିଆ ବଜାର ସ୍ଥିତ ନେତାଜୀଙ୍କ ସଂଗ୍ରାହଳୟ ଯିବେ । ସେଠାରେ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିପୂର୍ତ୍ତିରେ ମାଲ୍ୟାର୍ପଣ କରିବେ ।
ଏହା ସହ ସଂଗ୍ରାହଳୟର ବିଭିନ୍ନ ଗ୍ୟାଲେରି ବୁଲି ଦେଖିବେ ରାଷ୍ଟ୍ରପତି । ପରେ ଜବାହାରଲାଲ ଇଣ୍ଡୋର ଷ୍ଟାଡିୟମରେ ପହଞ୍ଚିବେ ।
ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରୁ ମ୍ୟୁଜିୟମ ଅଫ ଜଷ୍ଟିସ୍ ଓ ହାଇକୋର୍ଟ ଯିବେ ରାଷ୍ଟ୍ରପତି ମଧ୍ୟାନରେ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ପହଞ୍ଚିବେ । ଛାତ୍ର ସଂସଦର କାର୍ଯ୍ୟକ୍ରମ ‘ଅରୋରା’ରେ ଯୋଗଦେବେ ମହାମହିମ ।

