ଘରେ ଘରେ ପାନୀୟ ଜଳ ପହଂଚିବାକୁ ୧୧୨ କୋଟି ମଂଜୁର

ଯେଉଁମାନେ ପାଇଁ ନାହାନ୍ତି, ସେମାନେ BSKY କାର୍ଡ ପାଇବେ । ଆଉ ୬ ମାସ ଭିତରେ ମୁଖ୍ୟମନ୍ତ୍ରୀ ସ୍ପେଶାଲ ଡ୍ରାଇଭ କରିବେ । 5T ସଚିବ ଭିକେ ପାଣ୍ଡିଆନ ଦାରିଙ୍ଗବାଡି ମିନି ଷ୍ଟାଡିଅମରେ ପହଂଚି ଉପସ୍ଥିତ ଲୋକଙ୍କୁ ଏହି ବଡ଼ ସୂଚନା ଦେଇଛନ୍ତି । ଦାରିଙ୍ଗବାଡିର ଘରେ ଘରେ ପାନୀୟ ଜଳ ପହଂଚିବାକୁ ୧୧୨ କୋଟି ମଂଜୁର ହୋଇଛି । ୬ ମାସ ଭିତରେ ହସ୍ପିଟାଲ ରୂପାନ୍ତର ହେବ ।

5T ସ୍କୁଲ ରୂପାନ୍ତର ଆସନ୍ତା ଡିସେମ୍ବର ସୁଦ୍ଧା ସରିବ । ପର୍ଯ୍ୟଟନ କ୍ଷେତ୍ରର ବିକାଶ, ବସଷ୍ଟାଣ୍ଡ ଓ ତିନୋଟି ସେତୁ ମୁଖ୍ୟମନ୍ତ୍ରୀ ମଂଜୁର କରିବେ । ମୁଖ୍ୟମନ୍ତ୍ରୀ କୁହନ୍ତି ଦାରିଙ୍ଗବାଡି ଓଡ଼ିଶାର ସବୁଠାରୁ ସୁନ୍ଦର ଜାଗା ।

ସେ ଦାରିଙ୍ଗବାଡିକୁ ବହୁତ ଭଲ ପାଆନ୍ତି । ଦାରିଙ୍ଗବାଡି ନାଁ ଶୁଣିଲେ, ସେ ସବୁ କାମ କରି ଦିଅନ୍ତି । ମଧୁବାବୁ ଭତ୍ତା ଏବେ ଆଉ ଦୂର ବ୍ୟାଙ୍କକୁ ଯିବାକୁ ପଡିବ ନାହିଁ । ତେଣୁ ଏହାକୁ ପଞ୍ଚାୟତରେ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!