ଅଦିନିଆ ରଥଯାତ୍ରାକୁ ନେଇ ଗଜପତି ମହାରାଜାଙ୍କ ପ୍ରେସମିଟ୍‌

କେତେ ବିରୋଧ, କେତେ ଆପତ୍ତି । ତଥାପି ନଭେମ୍ବର ୯ ଅଦିନିଆ ରଥଯାତ୍ରା ଆୟୋଜନ ଜିଦ୍ ଛାଡୁନି ଇସ୍କନ । ଆମେରିକା ହ୍ୟୁଷ୍ଟନରେ ସେଦିନ ରଥଯାତ୍ରା କରିବାକୁ ମାତିଛି ସଂସ୍ଥା । ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ପ୍ରେସମିଟ୍ କରିଛନ୍ତି ଗଜପତି ମହାରାଜା। ଶ୍ରୀମନ୍ଦିର ପରମ୍ପରାର ଉଲ୍ଲଂଘନ ହେଉଛି। ମହାପ୍ରଭୁଙ୍କ ପରମ୍ପରାରେ ବ୍ୟତିକ୍ରମ ହେବା ଠିକ୍ ନୁହେଁ ବୋଲି ସେ କହିଛନ୍ତି। ଚିଠି ଲେଖିବା ସତ୍ତ୍ବେ ଇସ୍କନ ମାନିଲାନି, ରଥ ଆୟୋଜନ କରୁଛି। ୩ ତାରିଖ ସ୍ନାନଯାତ୍ରାକୁ ବାତିଲ କଲେ, କିନ୍ତୁ ରଥଯାତ୍ରା ଆୟୋଜନ କରୁଛନ୍ତି ବୋଲି କହିଛନ୍ତି ଗଜପତି ।

ମାର୍ଚ୍ଚରେ ଇସ୍କନର ଗଭର୍ଣ୍ଣିଂ କାଉନସିଲ ବୈଠକ ଅଛି। ସେଠି ଯଦି ସେମାନେ ମାନିଯିବେ, ଭଲ କଥା। ଆମେ ଚାହୁଁଛୁ ଆଲୋଚନା ଦ୍ବାରା ସମାଧାନ ହେଉ। ଯଦି ମାନିବେନି ଆମ ପାଖରେ ଆଇନର ରାସ୍ତା ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ। ଏଥର ଆମେ ଛାଡ଼ିବାନି, ବହୁତ ହୋଇଗଲା ବୋଲି କହିଛନ୍ତି ଗଜପତି। ୯ ତାରିଖରେ ଆମେରିକାର ହ୍ୟୁଷ୍ଟନରେ ରଥଯାତ୍ରା ଆୟୋଜନ ହେଉଛି। ୧୯୬୯ରୁ ଇସ୍କନ ଅଦିନରେ ରଥଯାତ୍ରା ଆୟୋଜନ କରିଆସୁଛି। ବାରମ୍ବାର କହିବା ପରେ ୨୦୨୧ରୁ ଭାରତରେ ଅଦିନ ରଥଯାତ୍ରା ହେଉନି। କିନ୍ତୁ ବିଦେଶରେ ନିୟମ ଭାଙ୍ଗି ଅଦିନ ରଥଯାତ୍ରା କରୁଛି ଇସ୍କନ। ତେବେ ଇସ୍କନର ଉଚ୍ଚ କର୍ତ୍ତୃପକ୍ଷ ଭୁଲ ସୁଧାରିବେ ବୋଲି ଆଶା ଥିବା କହିଛନ୍ତି ଗଜପତି ମହାରାଜା ।

Post Views2 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!