ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବାସଭବନ ଘେରିଲା ମହିଳା କଂଗ୍ରେସ

ପିପିଲି ବଳଙ୍ଗା ଛାତ୍ରୀ ପୋଡ଼ି ଘଟଣାରେ ମହିଳା କଂଗ୍ରେସର ବିକ୍ଷୋଭ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବାସଭବନ ଘେରିଲା ମହିଳା କଂଗ୍ରେସ । ରାଜ୍ୟ ମହିଳା ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ନେତୃତ୍ବରେ ଘେରିଲା କଂଗ୍ରେସ । ଟମାଟୋ ମାଡ଼ କରି ପ୍ରତିବାଦ କରୁଥିବା ସମୟରେ ଉଠାଇନେଲା ପୋଲିସ ।ଗୋଟେ ନିଆଁ ଲିଭିନି ଆଉ ଗୋଟେ ନିଆଁ ଜଳିଲାଣି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏ ସରକାରର ନିଦ ଭାଙ୍ଗୁନି…ଆମର ଦାବି ମହିଳାଙ୍କୁ ସୁରକ୍ଷା ଦିଅନ୍ତୁ ନହେଲେ ଇସ୍ତଫା ଦିଅନ୍ତୁ । ଏଭଳି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ମହିଳା କଂଗ୍ରେସ ସଭାନେତ୍ରୀ ମୀନୀକ୍ଷୀ ବାହିନୀପତି ।

ବଳଙ୍ଗାରେ ନାବାଳିକାକୁ ଜାଳିଦେବା ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ଏମ୍ସରେ ନାବାଳିକାର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ଓ ଏମ୍ସ ଯାଇ ପୀଡ଼ିତାଙ୍କୁ ଭେଟିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ନାବାଳିକାଙ୍କୁ ଜାଳିଦେଲେ। ବାଲେଶ୍ବର FM କଲେଜ ଘଟଣା ମନରୁ ଲିଭୁଣୁ ଆଉ ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି। ପିପିଲି ନିକଟ ବଳଙ୍ଗା ଥାନା ବାୟାବର ଗାଁରେ ଘଟିଛି ଆଉ ଅଭାବନୀୟ ଘଟଣା। ପୀଡ଼ିତାଙ୍କୁ ଉଦ୍ଧାର କରିଥିବା ବ୍ୟକ୍ତି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ଝିଅଟି ଜଳୁଥିବା ଅବସ୍ଥାରେ ବଞ୍ଚାଅ ବଞ୍ଚାଅ କହି ଦୌଡ଼ି ଆସିଲା । ମୋ ଘର ଭିତରକୁ ପଶି ଆସିବାରୁ ତୁରନ୍ତ ନିଆଁ ଲିଭାଇ ପାଣି ଦେଲି । ପୂରା ଶରୀର ପୋଡ଼ି ଯାଇଛି, ନିଆଁ ଲିଭାଇ ଡ୍ରେସ୍‌ ପିନ୍ଧାଇଲି । ମୁହଁକୁ ରୁମାଲ ପକାଇ ୩ ଦୁର୍ବୃତ୍ତ ବାଇକ୍‌ରେ ନେଇ ଆସିଥିଲେ କହିଲା । ବହି ଦେବାକୁ ଆସି ଫେରିଲା ବେଳେ ଏପରି ଘଟଣା ଘଟିଛି କହିଲା । ସେମାନେ କିଏ ପଚାରିବାରୁ ଚିହ୍ନିନି ବୋଲି ମୋତେ କହିଛି । ଏମିତି କହିଛନ୍ତି ଉଦ୍ଧାର କରିଥିବା ବ୍ୟକ୍ତି ।

Post Views13 Total Count

Apply Now


This will close in 0 seconds

error: Content is protected !!