ପୁରୀ ବଳଙ୍ଗା ପୀଡ଼ିତାଙ୍କ ରେକର୍ଡ ହେଲା ବୟାନ । ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତିରେ ବୟାନ ରେକର୍ଡ ହୋଇଛି। ପୀଡ଼ିତାଙ୍କ ବୟାନ ଆଧାରରେ ତଦନ୍ତ ଆରମ୍ଭ ହୋଇଛି। ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ କରି ଛାନଭିନ୍ ମଧ୍ୟ ଚାଲିଛି। ଏପଟେ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଦ୍ବାରା ପିପିଲି ବଳଙ୍ଗା ଛାତ୍ରୀ ଚିକିତ୍ସା ଚାଲିଛି। ଏଥିପାଇଁ ଏମ୍ସ ପକ୍ଷରୁ ଗଠନ ହୋଇଛି ଏକ ସ୍ବତନ୍ତ୍ର ଟିମ୍ । ଚିକିତ୍ସାଧୀନ ଗୁରୁତର ନାବାଳିକାଙ୍କ ଉନ୍ନତ ଚିକିତ୍ସା ପାଇଁ ବିଭିନ୍ନ ବିଭାଗର ବିଶେଷଜ୍ଞଙ୍କୁ ନେଇ ୧୪ ଜଣିଆ ଡାକ୍ତରୀ ଦଳ ଗଠନ କରାଯାଇଛି । ନାବାଳିକାଙ୍କ ଶରୀର ୭୦% ପୋଡ଼ିଛି । ଭୁବନେଶ୍ବର ଏମ୍ସ ବର୍ଣ୍ଣ ୟୁନିଟରେ ପୀଡ଼ିତାଙ୍କ ଟ୍ରିଟମିଣ୍ଟ ଚାଲିଛି । ଚିକିତ୍ସା କରୁଥିବା ଡାକ୍ତରଙ୍କ ଅନୁସାରେ ପୀଡିତାଙ୍କ ଏବେ Rsucciation ଚାଲିଛି।
ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଅଛି କହିଲେ AIIMS ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ । ଆସନ୍ତା ୭୨ ଘଣ୍ଟା ଗୁରୁତ୍ବପୂର୍ଣ୍ଣ, ୪୮ ଘଣ୍ଟା ଅବଜରଭେସନ୍ ରେ ରହିବେ । ଭେଣ୍ଟିଲେଟରରେ ନାହାନ୍ତି, ICUରେ ଅକ୍ସିଜେନ୍ ସପୋର୍ଟରେ ଅଛନ୍ତି । ୭୫ ପ୍ରତିଶତ ଶରୀର ପୋଡ଼ିଛି, ୨୦/୨୫ ପ୍ରତିଶତ ଛାଡ଼ି ସବୁ ପୋଡ଼ିଛି । ଏହା ହେଉଛି ସେକେଣ୍ଡ ଓ ଥାର୍ଡ ଡିଗ୍ରୀ ବର୍ଣ୍ଣ ବୋଲି କହିଛନ୍ତି।

