ନବୀନ ନିବାସରେ ପହଞ୍ଚିଛନ୍ତି ବରିଷ୍ଠ ନେତା

ବରିଷ୍ଠ ନେତା ନବୀନ ନିବାସରେ ପହଞ୍ଚିଛନ୍ତି। ପ୍ରମିଳାଙ୍କ ଘରେ ଯାଜପୁର ନେତାଙ୍କ ମେଳି ପରେ ଅଚାନକ ନବୀନ ନିବାସରୁ ବରିଷ୍ଠ ନେତାଙ୍କୁ ଡାକରା ଆସିଛି। ପ୍ରମିଳା ମଲ୍ଲିକ, ସଞ୍ଜୟ ଦାସବର୍ମା, ପ୍ରତାପ ଜେନା ନବୀନ ନିବାସରେ ଯାଇ ପହଞ୍ଚିଛନ୍ତି।

ସେପଟେ ଯାଜପୁର ନେତାଙ୍କ ମଧ୍ୟରେ ତାଳମେଳ ରହୁ ନ ଥିବା ସୂଚନା ମିଳିଛି। ଇତି ମଧ୍ୟରେ ପ୍ରୀତିରଞ୍ଜନ ଘଡ଼ାଇ ବିସ୍ଫୋରଣ ଦେଇ କହିଛନ୍ତି, ଯାଜପୁରରେ ବଡ଼ ନେତା ଜନତା, ଉପଯୁକ୍ତ ଦାୟିତ୍ୱ ନେବା ସମୟ ଆସିଛି। ନୂଆ ନେତୃତ୍ୱ ଚାହୁଁଛନ୍ତି ଜନତା, ନଚେତ୍‌ ପଞ୍ଚାୟତ ନିର୍ବାଚନରେ ପ୍ରଭାବ ପଡ଼ିବ। ଗଣତନ୍ତ୍ରରେ ଜନସାଧାରଣ ଆମ ମାଲିକ, ଭୋଟର ଆମ ଭଗବାନ। ଭୋଟରଙ୍କୁ ସମ୍ମାନ ଦେଇ ତାଙ୍କ ଆଶା ନେଇ କାମ କରିବାକୁ ପଡ଼ିବ। ଯେଉଁମାନେ ନିଜକୁ ବାଘ କହୁଥିଲେ, ସେମାନେ ଭୋଟରଙ୍କ ପାଖରେ କାଗଜ ବାଘ ବୋଲି ସେ କହିଛନ୍ତି।

Post Views3 Total Count

Apply Now


This will close in 0 seconds

error: Content is protected !!