ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ 5T ସଚିବ

ଦିନିକିଆ ବୌଦ୍ଧ ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । କଣ୍ଟାମାଳ ବ୍ଲକର ଆମ୍ବ ଗାଁରେ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଛନ୍ତି । ବର୍ଷକ ଭିତରେ କଣ୍ଟାମାଳ ଅଞ୍ଚଳବାସୀ ପିଇବା ପାଣି ସୁବିଧା ପାଇବେ ।

ଏହା ଚାଷ ଜମିକୁ ରାଜ୍ୟ ସରକାର ପାଣି ଯୋଗେଇ ଦେବେ ବୋଲି କହିଛନ୍ତି 5T ସଚିବ । ସେହିପରି ମନ୍ଦିର, ମସଜିଦ, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟରର ବିକାଶ କରାଯିବ ।

ମୁଖ୍ୟମନ୍ତ୍ରୀ ଯେଉଁ ଅର୍ଥରାଶି ପ୍ରଦାନ କରୁଛନ୍ତି ଏହାକୁ ସ୍ବଚ୍ଛ ଭାବରେ ବ୍ୟବହାର କରିବାକୁ କହିଛନ୍ତି 5T ସଚିବ । ଗସ୍ତ ଅବସରରେ ମିଶନ ଶକ୍ତି ମା’ଙ୍କୁ ଭେଟିବା ସହ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

Post Views81 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!