ବଲାଙ୍ଗୀର ଜିଲ୍ଲାର ଦେବଦତ୍ତ ଚାନ୍ଦଙ୍କ ବ୍ୟାଙ୍କ ଅଫ ବରୋଦାର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି ।
ଏଥିପାଇଁ ଦେବଦତ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାର୍ଯ୍ୟକାଳ ସମୟରେ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
ପୂର୍ବରୁ ସେ ବିଓବିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଥିଲେ । ଦେବଦତ୍ତଙ୍କ ଘର ବଲାଙ୍ଗୀର ପ୍ୟାଲେସ ଲାଇନରେ ।
ପୃଥ୍ବୀରାଜ ହାଇସ୍କୁଲରେ ପାଠ ପଢିବା ପରେ ଉଚ୍ଚଶିକ୍ଷା ପାଇଁ ବାହାରକୁ ଯାଇଥିଲେ । ପୂର୍ବରୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ କାର୍ଯ୍ୟରତ ଥିବା ସମୟରେ ବ୍ୟାଙ୍କ ଅଫ ବରୋଦାର ଉଚ୍ଚସ୍ତରୀୟ ଅଧିକାରୀ ପଦରେ ନିଯୁକ୍ତ ହୋଇଥିଲେ । ସେଠାରେ ତାଙ୍କୁ ସିଇଓ ଭାବେ ପଦୋନ୍ନତି ମିଳିଛି ।

