ପୂର୍ବତନ ପୋଲିସ୍ ଡିଜି ପ୍ରକାଶ ମିଶ୍ରଙ୍କୁ ମିଳିଲା ନୂଆ ଦାୟିତ୍ୱ। ସେ ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ ହୋଇଛନ୍ତି। ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ମିଳିଛି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
୧୯୭୭ ବ୍ୟାଚର ଆଇପିଏସ୍ ଅଫିସର ଶ୍ରୀ ମିଶ୍ର ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ଓଡ଼ିଶା ପୋଲିସ୍ ଡିଜି ହୋଇଥିଲେ। ପରବର୍ତ୍ତୀ ସମୟରେ ସେ କେନ୍ଦ୍ରକୁ ଯାଇଥିଲେ। ଆଉ ସେଣ୍ଟ୍ରାଲ୍ ରିଜର୍ଭ ପୋଲିସ୍ ଫୋର୍ସ(CRPF)ର ଡିଜି ହୋଇଥିଲେ। ସେ ୨୦୧୪ରୁ ୨୦୧୬ ମସିହା ପର୍ଯ୍ୟନ୍ତ ରହିଥିଲେ। ତା’ପରେ ଚାକିରିରୁ ଅବସର ନେଇଥିଲେ ।
ନୂଆ ଦାୟିତ୍ୱ ମିଳିବା ପରେ ପ୍ରକାଶ ମିଶ୍ର କହିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯେଉଁ ଦାୟିତ୍ୱ ଦେଇଛନ୍ତି, ତାକୁ ମୁଁ ସୁଚାରୁ ରୂପେ ତୁଲାଇବି। ଜନହିତରେ ଯାହା ହୋଇପାରିବ, ତାହା ମିଳିମିଶି କରିବୁ। ଲୋକଙ୍କ ସମସ୍ୟା କିପରି ଦୂର ହେବ, ସେଥିପ୍ରତି ଧ୍ୟାନ ଦେବି ।

