‘ମୋ ଜୀବନ ମୋ ସମୟ’ ପୁସ୍ତକ ଉନ୍ମୋଚିତ

ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ପୁସ୍ତକ ‘ମୋ ଜୀବନ ମୋ ପୁସ୍ତକ’ ଶୁକ୍ରବାର ଉନ୍ମୋଚିତ ହୋଇଛି। ଭୁବନେଶ୍ବରସ୍ଥିତ ଏକ ହୋଟେଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ଅତନୁଙ୍କ ଏହି ପୁସ୍ତକ ସ୍ମୃତିର ସମାହାର। ଜୀବନର ଅଙ୍ଗେନିଭା କଥା ଏବଂ ସାମ୍ବାଦିକରୁ ରାଜନେତା ହେବାର ଅନୁଭୂତିକୁ ସେ ଏଥିରେ ବର୍ଣ୍ଣନା କରିଛନ୍ତି। ଉଭୟ କ୍ଷେତ୍ରରେ ତାଙ୍କର ଅଭିଜ୍ଞତାକୁ ନିଖୁଣ ଭାବେ ଉଲ୍ଲେଖ କରିଛନ୍ତି। ସାଧାରଣ ଜୀବନରେ କାମ କରୁଥିବା ବ୍ୟକ୍ତିଙ୍କ ଜୀବନର ଅନୁଭୂତି ସ୍ୱତନ୍ତ୍ର ମହତ୍ୱ ରଖିଥାଏ। କାରଣ ଏଥିରୁ ନୀତି ନିର୍ଧାରଣ ପ୍ରକ୍ରିୟା ଓ ପ୍ରଶାସନ ବିଷୟରେ ସମ୍ୟକ୍‌ ସୂଚନା ମିଳିଥାଏ। ଜଣେ ସାମ୍ୱାଦିକ ତଥା ରାଜନୀତିଜ୍ଞ ଭାବରେ ଅତନୁ ବାବୁଙ୍କ ଅନୁଭୂତି ପୁସ୍ତକରେ ସୁନ୍ଦର ଭାବେ ପ୍ରତିଫଳିତ ହୋଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ଲେଖକ ଅତନୁ ସବ୍ୟସାଚୀ ନାୟକ ନିଜ ବକ୍ତବ୍ୟରେ କହିଛନ୍ତି, ପୁସ୍ତକଟି କୌଣସି ଆତ୍ମଜୀବନୀ ନୁହେଁ; ଜୀବନ କାଳ ମଧ୍ୟରେ ମନକୁ ଛୁଇଁଁଥିବା କିଛି ପ୍ରସଙ୍ଗ ରହିଛି। ପ୍ରଭାବିତ କରିଥିବା ବ୍ୟକ୍ତି, ପଥ ପ୍ରଦର୍ଶନ କରିଥିବା ବ୍ୟକ୍ତିତ୍ୱଙ୍କ ବିଷୟରେ ଉଲ୍ଲେଖ କରିଥିବା କହିଛନ୍ତି। ଓଡ଼ିଶାର ବିକାଶ ପାଇଁ ପ୍ରୟାସ କରିଥିବା ନେତୃତ୍ୱଙ୍କ ବିଷୟରେ ଲେଖିଛନ୍ତି। କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ସଭାପତିତ୍ୱ କରି ଅତିଥି ଓ ଲେଖକଙ୍କ ପରିଚୟ ସହ ପୁସ୍ତକ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

Post Views1 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!