ସମ୍ଭାବ୍ୟ ବାତ୍ୟା ପାଇଁ ଗଜପତି ଜିଲ୍ଲାରେ ୪ଦିନ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ସମ୍ଭାବ୍ୟ ବାତ୍ୟାମୋନ୍ଥାର ମୁକାବିଲା ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ମଧୁମିତା। ଆନ୍ଧ୍ର ପ୍ରଦେଶର ମଛିଲିପାଟଣା ନିକଟରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଯାହାର ପ୍ରଭାବ ପଡିବା ନେଇ ଗଜପତି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି। ୨୭ ତାରିଖ ଓରେଞ୍ଜ ଓ୍ବାରନିଙ୍ଗ ଓ ୨୮ ତାରିଖ ରେଡ୍ ଓ୍ବାରନିଙ୍ଗ ରହିଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ପବନର ବହିବାର ସମ୍ଭାବନା ଥିବାରୁ ଆସନ୍ତା କାଲି ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡି କେନ୍ଦ୍ରକୁ ବନ୍ଦ ରଖିବା ପାଇଁ ଦିଆଯାଇଛି। ସମ୍ଭାବ୍ୟ ବାତ୍ୟା ନେଇ ଗଜପତିରେ କାଲି ଠାରୁ ୪ଦିନ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ନିଷ୍ପତ୍ତି ହୋଇଛି।

ଏଥି ସହ ସାତୋଟି ବ୍ଳକ ଓ ଦୁଇଟି ସହରାଞ୍ଚଳରେ ବରିଷ୍ଠ ଅଧିକାରୀମାନଙ୍କୁ  ନୋଡାଲ ଅଫିସର ଭାବରେ ନିୟୋଜିତ କରାଯାଇଛି। ସ୍ଥିତି ଉପରେ ତୀକ୍ଷ୍ନ ନଜର ରଖିବା ପାଇଁ ପ୍ରତି ପଞ୍ଚାୟତରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି। ସମସ୍ତ ସମ୍ବେଦନଶୀଳ ଅଞ୍ଚଳରେ ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳୀ ପ୍ରସ୍ତୁତ କରି ରଖାଯାଇଛି।

ପ୍ରାଥମିକ ସ୍ତରରେ ଜିଲ୍ଲାର ସମସ୍ତ ଗର୍ଭବତୀ ମହିଳା ମାନଙ୍କୁ ମା ଗୃହକୁ ସ୍ଥାନାନ୍ତର ପ୍ରକିୟା ଆରମ୍ଭ ହୋଇଛି । ରାଜ୍ୟ ସ୍ତରରୁ ଦୁଇଟି ଓଡ୍ରାଫ୍ ଓ ଏନଡିଆର ଏଫ୍ ଟିମକୁ ମୁତୟନ ପାଇଁ କୁହାଯାଇଛି। ବର୍ଷା ସମୟରେ ଅତ୍ୟାବଶ୍ୟକ ନହେଲେ ଘରୁ ବାହାରକୁ ନବାହାରିବା ପାଇଁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ। ମାଇକ ଜରିଆରେ ସମସ୍ତ ଗ୍ରାମାଞ୍ଚଳରେ ଲୋକଙ୍କୁ ସତର୍କ କରାଯାଉଛି। ଏହିସବୁ କାର୍ଯ୍ୟର ଟିକିନିଖି ତଦାରଖର ଦାୟିତ୍ଵ ନିଜେ ଜିଲ୍ଲାପାଳ କଣ୍ଟ୍ରୋଲ ରୁମରେ ନିୟନ୍ତ୍ରଣ କରୁଛନ୍ତି।

Post Views5 Total Count

Apply Now


This will close in 0 seconds

error: Content is protected !!