ଆଇଏଏସ ରଞ୍ଜନ ଦାସ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ରଞ୍ଜନ ଦାସ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଭି.ଭି. ଯାଦବଙ୍କଠାରୁ ଦାୟିତ୍ବ ଗ୍ରହଣ କରିବେ ଆଇଏଏସ୍ ରଞ୍ଜନ ଦାସ । ଏବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ସେ ପୂର୍ଣ୍ଣକାଳିନ ଦାୟିତ୍ବରେ ରହିବେ । ସଂସ୍କୃତି ବିଭାଗର ସ୍ବତନ୍ତ୍ର ସଚିବ ଥିଲେ ରଞ୍ଜନ ।

ଆଉଦିନ କେଇଟା ପରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଏନେଇ ଜୋରସୋରରେ ଚାଲିଛି ରଥନିର୍ମାଣ କାମ । ରଥଖଳାରେ ନିୟୋଜିତ ଅଛନ୍ତି ସମସ୍ତ ସେବକ । ହେଲେ ଏହାରି ମଧ୍ୟରେ ଶନିବାର ରାଜ୍ୟ ସରକାର ବରିଷ୍ଠ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବକୁ ବଦଳି କରାଯାଇ ତାଙ୍କ ସ୍ଥାନରେ ୨୦୦୭ ବ୍ୟାଚର ଆଇଏଏସ ଅଧିକାରୀ ରଞ୍ଜନ କୁମାର ଦାସଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅବସ୍ଥାପିତ କରିଛନ୍ତି ରାଜ୍ୟ ସରକାର ।

ତେବେ ସବୁଠାରୁ ବଡ଼ କଥା ହେଲା କିଛିଦିନ ତଳେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ତାଗିଦ୍ କରିଥିଲେ ନୋଟିସ ମଧ୍ୟ ଜାରି କରିଥିଲେ। ତେବେ ଜବାବ୍ ଦେବା ପୂର୍ବରୁ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବଦଳି ହୋଇଛି ।

ଏବେ ପ୍ରଶ୍ନ ଉଠୁଛି ନୂଆ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପାଇଁ ଏହି ମାମଲା ସହ ରଥଯାତ୍ରା କେତେ ଚ୍ୟାଲେଞ୍ଜିଂ ରହିବ। କାରଣ ରଥଯାତ୍ରାକୁ ଆଉ ମାତ୍ର ଦିନ କେଇଟା ବାକି ଅଛି।

ରଥଖଳାରେ କାମ ଆଗେଇ ଚାଲିଛି। ଏହାରି ମଧ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବଦଳି ପରେ ଏକରକମ ଭାଳେଣି ପଡ଼ିଛି।

Post Views84 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!