ପେଶାରେ ଯନ୍ତ୍ରୀ, ନିଶାରେ ବଂଶୀ ବାଦକ; ମଧୁର ବଂଶୀ ସ୍ୱରରେ କରନ୍ତି ବଶୀଭୂତ

ମୃଦୁସ୍ୱନରେ ତାଙ୍କ ବଂଶୀର ସ୍ୱର ସମସ୍ତଙ୍କୁ ବିମୋହିତ କରେ। ତାଙ୍କ ସୁମଧୁର ବଂଶୀ ବାଜିଲେ ଚିତ୍ତ ଚୋରି ହୋଇଯାଏ ବଂଶୀ ସହ ଅତୁଳନୀୟ ପ୍ରେମରେ ବନ୍ଧା ତାଙ୍କ ସମ୍ପର୍କ ଅଫିସରେ ଥିଲାବେଳେ କଲମ ତାଙ୍କର ସାଥୀ ଆଉ  ଅବସର ସମୟରେ ବଂଶୀ ସାଜେ ନାୟିକା

ତାଙ୍କ ବଇଁଶୀର ତାଳେ ତାଳେ ଝୁମନ୍ତି ଶ୍ରୋତା ଓଡ଼ିଆ ଓ ହିନ୍ଦୀ ସଙ୍ଗୀତ ସହ ଭଜନକୁ ଅତି ସୁନ୍ଦର ଭାବେ ସେ ବଂଶୀ ସ୍ୱରରେ କରିଦିଅନ୍ତି ଉଜ୍ଜିବୀତ ବଇଁଶୀର ସୁମଧୁର ତାଳରେ  ମନ୍ତ୍ରମୁଗ୍ଧ କରୁଥିବା  ଏହି କଳାକାର ହେଉଛନ୍ତି ବାରିପଦା ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ନନ୍ଦଦୁଲାଲ ଘଡ଼େଇ କଳା ପ୍ରତି ରହିଥିବା ତାଙ୍କର ଅହେତୁକ ଭଲପାଇବା କେବେ ତାଙ୍କୁ କର୍ତ୍ତବ୍ୟରେ ଅବହେଳା କରିବାକୁ ଦେଇନି

ବିଭିନ୍ନ କାର୍ଯ୍ୟକ୍ରମରେ ଶ୍ରୋତା, ଦର୍ଶକ ତାଙ୍କ ବେଣୁର ବାଦନ ଶୁଣିବାକୁ ଆକୁଳ ଭାବେ ରହିଥାନ୍ତି। ସୁର, ଲୟ, ତାଳ , ଛନ୍ଦ ସହ ବଂଶୀରେ ତାଙ୍କ ପରିବେଷଣ ପରିବେଶକୁ ମୋହନବଂଶୀରେ ବଶୀଭୂତ କରିରଖେ। ଅବସରରେ ସମୟରେ ଅନେକ  ସାଂସ୍କୃତିକ କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ଭାବେ ଯାଇ ତାଙ୍କ ଅନବଦ୍ୟ କଳା ପରିବେଷଣ କରିଥାନ୍ତି ସେ ଓଡ଼ିଆ, ହିନ୍ଦୀ, ଭଜନ, ଗଜଲ ଓ ଅନେକ ନୂଆ ପୁରୁଣା ସୁପରହିଟ ସଙ୍ଗୀତକୁ ବଂଶୀ ଧୂନରେ ସଜାଇ ଦିଅନ୍ତି।

ତାଙ୍କ ମତରେ, ଆଜିର ବ୍ୟସ୍ତବହୁଳ ସମୟ ମଧ୍ୟରେ ନିଜ ଅବସାଦ, କ୍ଲାନ୍ତକୁ ଦୂରେଇବା ପାଇଁ ମାନସିକ ଶାନ୍ତି ପାଇବା ପାଇଁ ବଇଁଶୀର ସ୍ୱର ଆତ୍ମାକୁ ତୃପ୍ତ କରିଥାଏ ତାହା ସହିତ ଆମ ସସ୍କୃତି ଓ କଳାକୁ ଉଜ୍ଜୀବିତ କରି ରଖିବା ଆମର ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି ସେ କୁହନ୍ତି।  ପେଶାରେ ନିର୍ବାହୀ ଯନ୍ତ୍ରୀ, ନିଶାରେ ବଂଶୀର ଜଣେ ବେଶ ନିଆରା କଳାକାର। ସେ । କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ରାଜ୍ୟସ୍ତରରେ ତାଙ୍କର ପ୍ରଶଂସା , ଗୁଣଗାନ । ମୋହନ ବଂଶୀରେ ମୋହିତ କରୁଥିବାରୁ ସଭିଁଙ୍କ ପ୍ରିୟ। କେବଳ ବଂଶୀ ବାଦକ ନୁହଁନ୍ତି, ବହୁ ଅନନ୍ୟ ପ୍ରତିଭାର ଅଧିକାରୀ ସେ। ନନ୍ଦଦୁଲାଲ ଏକାଧାରରେ ଜଣେ, ସଂଗୀତକାର, ସଂଗୀତ ନିର୍ଦ୍ଦେଶକ, ବାଦ୍ୟକାର। ଶତାଧିକ ସଂଗୀତକୁ ଦେଇଛନ୍ତି ନିଜ ବଂଶୀରେ ଜୀବନ୍ତ ସ୍ୱର ଅନେକ ସମ୍ମାନରେ ସମ୍ମାନିତ। ଅନେକ ମଞ୍ଚରେ ପରିବେଷଣ କରିଥାନ୍ତି।

Post Views34 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!