ଆଜି ହେରା ପଞ୍ଚମୀ ,ନନ୍ଦିଘୋଷ ଭାଙ୍ଗିବେ ମା’ ଲକ୍ଷ୍ମୀ

ହେରାପଞ୍ଚମୀ, ଶ୍ରୀମନ୍ଦିରରେ ଏହା ଏକ ବିଶେଷ ଉତ୍ସବ ଭାବେ ପାଳିତ ହେଇଥାଏ I ଖାଲି ଶ୍ରୀମନ୍ଦିର ନୁହଁ, ଓଡ଼ିଶାର ଯେଉଁ ଯେଉଁ ସ୍ଥାନରେ ରଥଯାତ୍ରା ହୁଏ ସେଠାରେ ଏହି ଉତ୍ସବ ପାଳିତ ହୁଏ I ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଏହି ଉତ୍ସବ ଅନୁଷ୍ଠିତ ହୁଏ I ଏହି ଉତ୍ସବ କୁ ଲକ୍ଷ୍ମୀ ବିଜୟ ଉତ୍ସବ ମଧ୍ୟ କୁହାଯାଏ ।ନବଦିନାତ୍ମକ ଯାତ୍ରାରେ ମହାପ୍ରଭୁ ଜଗନ୍ନାଥ ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି । ତେଣୁ ମହାଲକ୍ଷ୍ମୀ ପ୍ରଭୁଙ୍କ ଦର୍ଶନ ଅଭିଳାଷରେ ଆଜି ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ । ତେବେ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନପାଇ ମହାଲକ୍ଷ୍ମୀ ରାଗରେ ନନ୍ଦିଘୋଷ ରଥ ଭାଙ୍ଗିବା ସହ ହେରା ଗୋହିରୀ ସାହି ଦେଇ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ।ଏହିଦିନ ଶ୍ରୀମନ୍ଦିର ଭଣ୍ଡାରଘରେ ବିଜେ କରିଥିବା ଠାକୁରାଣୀଙ୍କ ମାଜଣା, ବନକଲାଗି, ପାଟ, ଅଳଙ୍କାର ଲାଗି ପରେ ପନ୍ତିଭୋଗ ହୁଏ I ମା ଲକ୍ଷ୍ମୀ ପାଲିଙ୍କିରେ ବସି ସିଂହଦ୍ୱାର ଦେଇ ବଡଦାଣ୍ଡ ବାଟେ ଗୁଣ୍ଡିଚା ଘର ରଥପାଖକୁ ଯାଆନ୍ତି I ଘଣ୍ଟା, କାହାଳି, ଵାଦ୍ୟରେ ସମଗ୍ର ପରିବେଶଟି ମୁଖରିତ ହୁଏ I

 

Post Views6 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!