ଆଜି ସାବିତ୍ରୀ ଅମାବାସ୍ୟା

ଆଜି ସାବିତ୍ରୀ ଅମାବାସ୍ୟା ବା ଜ୍ୟୋଷ୍ଠ ଆମାବାସ୍ୟା। ସ୍ବାମୀଙ୍କ ମଙ୍ଗଳ ପାଇଁ ବ୍ରତ ପାଳୁଛନ୍ତି ସଧବା । ଓଡିଆ ଘରର ପରମ୍ପରା ଅନୁସାରେ ଆଜି ବିବାହିତା ମହିଳାମାନେ ସ୍ବାମୀଙ୍କ ଦୀର୍ଘ ଜୀବନ କାମନା କରି ପୂଜା କରୁଛନ୍ତି । ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ନୂଆ ଶାଢୀ, ସଙ୍ଖା, ସିନ୍ଦୁର ଓ ଅଳତା ନେଇ ପୂଜାର୍ଚ୍ଚନା କରୁଛନ୍ତି । ପ୍ରତିବର୍ଷ ମହିଳାମାନେ ଏହି ଦିନକୁ ଉତ୍ସାହର ସହ ଅପେକ୍ଷା କରିଥାନ୍ତି । ନୂଆ ଶାଢୀ, ସଙ୍ଖା, ସିନ୍ଦୁର ଓ ଅଳତା ସହ ଆମ୍ବ, ପଣସ, ନଡିଆ, ଖଜୁରୀ ଆଦି ଦେଶୀ ଫଳରେ ପୂଜା କରୁଛନ୍ତି । ସାବିତ୍ରୀଙ୍କ ଭକ୍ତି ଓ ନିଷ୍ଠା ବଳରେ ସତ୍ୟବାନଙ୍କୁ କିପରି ମୃ୍ତ୍ୟୁ କବଳରୁ ଫେରାଇ ଆଣିଥିଲା ତାହା ଏହି ବ୍ରତର ମହତ୍ବ ।

Post Views8 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!