କଏନରେ ନିଜ କାରକୁ ପୂରା ଢାଙ୍କିଦେଲେ ଯୁବକ

ରାଜସ୍ଥାନର ଯୋଧପୁରର ଜଣେ ଯୁବକ ଏମିତି ଏକ କାମ କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | ଏହି ଯୁବକ ଜଣକ ତାଙ୍କ କାରରେ କଏନ ଲଗାଇ ଏହାର ରୂପ ବଦଳାଇଦେଇଛନ୍ତି | ଯୁବକ ଜଣକ ସୋସିଆଲ ମିଡିଆରେ ଏହା ସହ ଜଡିତ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ସେ କାରରେ ମୁଦ୍ରା ଲଗାଉଥିବାର ନଜର ଆସିଛନ୍ତି। ତେବେ ଏହି ଭିଡିଓକୁ ନେଇ ମିଶ୍ର ପ୍ରତିକ୍ରିୟା ସାମ୍ନାକୁ ଆସିଛି | କିଛି ଲୋକ ତାଙ୍କୁ ଉତ୍ସାହିତ କରୁଥିବାବେଳେ କିଛି ତାଙ୍କୁ ପରିହାସ ମଧ୍ୟ କରୁଛନ୍ତି | ଜଣେ ସୋସିଆଲ ମିଡିଆ ୟୁଜର୍ସ କଟାକ୍ଷ କରି ଲେଖିଛନ୍ତି ଯେ ଏହି ବ୍ୟକ୍ତି କାରରେ ମୁଦ୍ରା ଲଗାଇଥିବାରୁ ବୋଧହୁଏ ବଜାରରେ ମୁଦ୍ରା ମିଳୁନାହିଁ । ବାସ୍ତବରେ ଯୋଧପୁରର ଯୁବକ ବିକାଶ ପାରିକ ଏଭଳି ଏକ କାରନାମା କରି ଦେଖାଇଛନ୍ତି | ସେ ବହୁଦିନ ଧରି କଏନ ସଂଚୟ କରି ରଖିଥିଲେ |

Post Views68 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!