`ଦୀପରୁ ଦୀପାବଳି’

ଆଜି ଆଲୋକର ପର୍ବ ଦୀପାବଳି । ଅନ୍ଧକାରକୁ ଦୂରକରି ଆଲୋକର ବିଜୟ ପ୍ରାପ୍ତିର ଦିନ । ଦୀପାବଳି ପାଇଁ ଗାଁଠୁ ଆରମ୍ଭ କରି ସହର ବଜାର ସବୁଠି ଉତ୍ସାହ ଦେଖିବାକୁ ମିଳିଛି । ଦୀପ ହେଉଛି ଜ୍ଞାନ, ପ୍ରକାଶ, ଆଲୋକ, ଭୟନାଶକ ଏବଂ ବିପତ୍ତି ଓ ଅନ୍ଧକାର ବିନାଶର ପ୍ରତୀକ। ତନ୍ତ୍ର, ମନ୍ତ୍ର ଏବଂ ଆଧ୍ୟାତ୍ମିକତାରେ ଏହାର ଏକ ବିଶିଷ୍ଟ ସ୍ଥାନ ରହିଛି। ସାତ୍ତ୍ଵିକ ସାଧନା ପାଇଁ ଘିଅଦୀପ ଏବଂ ତାନ୍ତ୍ରିକ ସାଧନା ପାଇଁ ତେଲଦୀପ ଜଳା ଯାଇଥାଏ। ଭିନ୍ନ ଭିନ୍ନ ଉଦ୍ଦେଶ୍ୟ ପାଇଁ ମଧ୍ୟ ପୃଥକ ଭାବରେ ଦୀପ ବ୍ୟବହୃତ କରାଯାଇ ଥାଏ। ଦୀପ ପାତ୍ରର ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ମାଟିର ଦୀପ ସାତ୍ତ୍ଵିକ କାର୍ଯ୍ୟରେ ଏବଂ ଧାତୁର ଦୀପ ତାନ୍ତ୍ରିକ କାର୍ଯ୍ୟ ପାଇଁ ପ୍ରୟୋଗ କରାଯାଏ। ଚଳିତ ବର୍ଷ ଧୁମଧାମରେ ପାଳନ ହେଉଛି ଉତ୍ସବ । ଦୀପାବଳିରେ ବାଣ ଫୁଟାଇବାକୁ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ଏଥିପାଇଁ ବାଣ ଦୋକାନରେ ଲାଗିଛି ଭିଡ଼ ।

Post Views9 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!