ଆଇସଲ୍ୟାଣ୍ଡରେ ଥରିଲା ଭୂକମ୍ପ । ୮୦୦ରୁ ଅଧିକ ଥର ଭୂମିକମ୍ପ ପରେ ଆଗ୍ନେୟ ଉଦଗିରଣକୁ ନେଇ ଆତଙ୍କ । ଭୂକମ୍ପ ପରେ ଆଇସଲ୍ୟାଣ୍ଡରେ ଜାରି ହୋଇଛି ଜୁରୁରାକାଳୀନ ଘୋଷଣା । ଦକ୍ଷିଣପଶ୍ଚିମ ରେକଜାଭିକ ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ସିରିଜ ଭୂକମ୍ପ ପରେ ବିଭିନ୍ନ ସ୍ଥାନରେ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ଉତ୍ତର ଗ୍ରିନ୍ଦାଭିକରେ ସର୍ବାଧିକ ୫.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ବଡକଥା ହେଉଛି ଗଚ ଅକ୍ଟୋବର ପରଠାରୁ ବର୍ତ୍ତମାନ ସୁଦ୍ଧା ୨୪ ହଜାରରୁ ଅଧିକ ଥର ଭୂକମ୍ପ ଅନୁଭୂତ ହେଲାଣି । ଗତକାଲି ମଧ୍ୟରାତ୍ରୀରୁ ବର୍ତ୍ତମାନ ସୁଦ୍ଧା ୮୦୦ ଥର କମ୍ପନ ସୃଷ୍ଟି ହୋଇଛି । ସେହି ଅଞ୍ଚଳକୁ ପାଟ୍ରୋଲ ଭେସେଲ ପଠାଯାଇଛି । ଅଧିକାଂଶ ସ୍ଥାନରେ ହୋଟେଲକୁ ବନ୍ଦ କରିଦିଆଯାଇଛି ।
Related Posts
ଇରାନ ଛାଡ଼ି ପଳାଇବାକୁ ଭାରତୀୟ ନାଗରିକଙ୍କୁ ଓ୍ୱାର୍ଣ୍ଣିଂ
ଦେଶ ଛାଡ଼ି ପଳାଅ ଭାରତୀୟ ନାଗରିକ। ଓ୍ୱାର୍ଣ୍ଣିଂ ଜାରି କଲା ଭାରତୀୟ ଦୂତବାସ। ଜାରି ହେଲା ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର।…
Why reading newspapers are more preferred by older means?
Dolor sit amet, consectetur adipiscing elit. Odio ac neque fermentum morbi. Aenean lectus eu, arcu,…
ଦୁବାଇ ଓ ଆବୁଧାବିରେ ଫସି ଯାଇଛନ୍ତି ବିଶ୍ୱର ହଜାର ହଜାର ପର୍ଯ୍ୟଟକ
ଇରାନ ପୁଣି ଇସ୍ରାଏଲ ଉପରେ ଆକ୍ରମଣ କରିଛି। ସମଗ୍ର ଇସ୍ରାଏଲରେ ସାଇରନ ବାଜୁଛି। ଏଲାଟରେ ଏକ ଡ୍ରୋନ ଦେଖାଯାଇଛି।ଇରାନ ଇସ୍ରାଏଲୀ…

