ମନ ମୋହୁଛି ମାଣ୍ଡିଆ । ଭୁବନେଶ୍ବରରେ ଦୁଇଦିନିଆ ମିଲେଟ୍ ସମ୍ମିଳନୀ ଆରମ୍ଭ ହୋଇଛି ।ଆଜି ସମ୍ମିଳନୀର ୨ୟ ଦିନ । ଜନତା ମଇଦାନରେ ଅନ୍ତର୍ଜାତୀୟ ପୃଷ୍ଟିଶସ୍ୟ ସମ୍ମିଳନୀ ଆୟୋଜିତ ହୋଇଛି । ମିଲେଟ୍ ଚାଷରେ ଆର୍ଥିକ ଅଭିବୃଦ୍ଧି ସହ ସ୍ବାସ୍ଥ୍ୟ ଉପଯୋଗୀ ମିଲେଟ୍ ଖାଦ୍ୟର ଅଧିକ ବ୍ୟବହାର ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି ।
ଓଡ଼ିଶାର ଆଦିବାସୀଙ୍କ ପାରମ୍ପରିକ ଖାଦ୍ୟକୁ ବିଶ୍ବରେ ପ୍ରତ୍ୟେକ ଲୋକଙ୍କ ଖାଦ୍ୟଥାଳିରେ ପହଞ୍ଚାଇବାକୁ ଓଡ଼ିଶା ପ୍ରସ୍ତୁତ କରିବ ସ୍ବତନ୍ତ୍ର ପଲିସି ରୋଡମ୍ୟାପ୍ ।ବିଶ୍ବବଜାରରେ ମଲେଟ ବିକ୍ର ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଇଛି । ଗୋଟିଏ ଗ୍ଲାସ୍ ମାଣ୍ଡିଆ ଖାଇବା ୩ ଗ୍ଲାସ କ୍ଷୀର ପିଇବା ସହ ସମାନ । ମିଲେଟ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ଉପଯୋଗୀ । ମଧୁମେହ ନିୟନ୍ତ୍ରଣ ଓ ରକ୍ତପୋଷକ ତତ୍ତ୍ବରେ ଭରପୂର ମିଲେଟ ଖାଦ୍ୟର ଉପକାରିତା ଓ ବ୍ୟବସାୟ ଉପରେ ଅନ୍ତର୍ଜାତୀୟ ସମ୍ମିଳନୀରେ ଫୋକସ କରାଯାଇଛି । ଦୁଇଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀରେ ୫ ହଜାର କୃଷକ, ଏସଏଚଜି, କୃଷକ ଉତ୍ପାଦକ ସଂଗଠନ, ଜାତୀୟ ଓ ଅନ୍ତର୍ଜାତୀୟ କୃଷି ବୈଜ୍ଞାନିକମାନେ ସାମିଲ ହୋଇଛନ୍ତି । ୨୦୧୭ରୁ ଆରମ୍ଭ ହୋଇଥିବା ଓଡ଼ିଶା ମିଲେଟ ମିଶନ ସଫଳତାର ସିଡ଼ି ଚଢି ଚାଲିଛି ।


