ହିମାଚଳପ୍ରଦେଶରେ ଥମୁନି ବର୍ଷା ତାଣ୍ଡବ । ପ୍ରବଳ ବର୍ଷାରେ ଝସୁଛି ପାହାଡ଼ ।ପାହାଡ଼ରୁ ଖସୁଛି ବଡ଼ ବଡ଼ ପଥର । ଅନେକ ରାସ୍ତାରେ ପାହଡ଼ ଖଣ୍ଡ ପଡ଼ିରହିଥିବାରୁ ଗାଡ଼ିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି । ତିନି ଦିନ ଧରି ଲଗାତାର ଜଳ ପ୍ରଳୟ ଜାରି ରହିଥିବା ବେଳେ ଅତି ଭୟଙ୍କର ଦୃଶ୍ୟ ସାମ୍ନାକୁ ଆସୁଛି ।ବନ୍ୟା ଓ ଭୂସ୍ଖଳନଜନିତ ମୃତ୍ୟୁସଂଖ୍ୟା 60 ପାର୍ କଲାଣି । ଅନେକ ଘର ଭୁଶୁଡ଼ି ପଡ଼ିଥିବା ବେଳେ ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ।

