ସିନାପ୍ସ ୨.୦ : ବିଜେତା ସାଇ ଇଣ୍ଟରନ୍ୟାସନାଲ

ସିଏସ୍ଏମ୍ ଟେକ୍ନୋଲୋଜି ଦ୍ବାରା ରାଜଧାନୀର ସବୁଠାରୁ ବଡ଼ ସ୍କୁଲ କ୍ବିଜ୍ ସିନାପ୍ସ ୨.୦ ଉଦଯାପିତ ହୋଇଯାଇଛି । ଚଳିତ ବର୍ଷ ୨୯ଟି ସ୍କୁଲର ୨୦୮ ଜଣ ଛାତ୍ରଛାତ୍ରୀ (୧୦୪ଟି ଟିମ୍) କ୍ବିଜରେ ଅଂଶଗ୍ରହଣ କରିଥିଲେ । ଭୁବନେଶ୍ବର, କଟକ ଓ ଜଟଣୀ ଅଞ୍ଚଳର ବିଭିନ୍ନ ସ୍କୁଲରୁ ଛାତ୍ରଛାତ୍ରୀମାନେ ଏହି କ୍ବିଜରେ ଭାଗ ନେଇଥିଲେ । କ୍ବିଜରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଟିମ୍ ବିଜୟୀ ହୋଇଥିବା ବେଳେ ମଦର୍ସ ପବ୍ଲିକ୍ ସ୍କୁଲର ଟିମ୍ ପ୍ରଥମ ରନର୍ସ ଅପ୍ ହୋଇଥିଲା । ଏଥିରେ ଓଲିଉଡ୍ ସିନେଷ୍ଟାର୍ ସବ୍ୟସାଚୀ ମିଶ୍ର ଯୋଗ ଦେଇଥିଲେ । ସିଏସ୍ଏମ୍ ସିନାପ୍ସ ୨.୦କୁ ଜଣାଶୁଣା କ୍ବିଜ୍ ମାଷ୍ଟର ଆଦିତ୍ୟନାଥ ମୁବାୟୀ ପରିଚାଳନା କରିଥିଲେ ।

Post Views3 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!