ଆସନ୍ତା ୩ରେ ଜାପାନ ଯିବେ ମୁଖ୍ୟମନ୍ତ୍ରୀ

ଆସନ୍ତା ୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ୍ ଗସ୍ତରେ ଯିବେ। ୨୦୧୮ ଏବଂ ୨୦୨୨ରେ ଅନୁଷ୍ଠିତ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀରେ ଜାପାନକୁ ଗୁରୁତ୍ୱ ଦିଆଯାଇଛି। ଏହି ସମ୍ମିଳନୀରେ ଜାପାନ୍ ରାଷ୍ଟ୍ରଦୂତ ଯୋଗ ଦେଇ ଓଡ଼ିଶା ଏବଂ ଜାପାନ୍ ମଧ୍ୟରେ ବାଣିଜ୍ୟିକ, ସାଂସ୍କୃତିକ ସମ୍ପର୍କ ଆହୁରି ନିବିଡ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ତେଣୁ ମୁଖ୍ୟମନ୍ତ୍ରୀ ଏବଂ ଅଧିକାରୀମାନେ ଜାପାନ୍ରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଉତ୍କୃଷ୍ଟ ବାତାବରଣ, ଶାନ୍ତ ପରିବେଶ ତଥା ସକାରାତ୍ମକ ଭିତ୍ତିଭୂମିର ଉପଲବ୍ଧତା ସମ୍ପର୍କରେ ସୂଚନା ଦେବେ।

ଜାପାନ୍ର ୩ ସହର ଟୋକିଓ, କିଓଟା ଓ ଓସାକାରେ ମୁଖ୍ୟମନ୍ତ୍ରୀ ନିବେଶକଙ୍କ ସହ ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ସିଧାସଳଖ ଆଲୋଚନା କରିବେ ଏବଂ ୯ ତାରିଖରେ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିବେ।

ସେହିପରି ଶିଳ୍ପାୟନ ପାଇଁ ରାଜ୍ୟ ସରକାରଙ୍କ ଶିଳ୍ପ ନୀତିରେ ଥିବା ବିଧିବ୍ୟବସ୍ଥା ଏବଂ ସୁବିଧା ସୁଯୋଗ ସମ୍ପର୍କରେ ନିବେଶକମାନଙ୍କୁ ଅବଗତ କରିବେ।

Post Views44 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!