କାର୍ଯ୍ୟରେ ଯୋଗଦେଲେ ଝାରସୁଗୁଡ଼ାର ନୂଆ ଜିଲ୍ଲାପାଳ

ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରାଯାଇଥିଲା। ପୂର୍ବରୁ ସରୋଜ ସାମଲଝାରସୁଗୁଡ଼ାର ଜିଲ୍ଲାପାଳ ଥିବା ବେଳେ ତାଙ୍କ ସ୍ଥାନରେ ନରବାଣେ ନୂଆ ଜିଲ୍ଲାପାଳ ଭାବେନିଯୁକ୍ତି ପାଇଛନ୍ତି। ବଦଳି ପରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଝାରସୁଗୁଡ଼ାର ନବ ନିଯୁକ୍ତ ଜିଲ୍ଲାପାଳ ଆବୋଲି ସୁନୀଲ ନରବାଣେ।

ସୋନପୁରର ଜିଲ୍ଲାପାଳ ଥିବା ନରୱାଣେଙ୍କୁ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତି ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସୋନପୁର ADMଙ୍କୁ ଜିଲ୍ଲାପାଳ ଦାୟିତ୍ୱ ଦେଇ ତୁରନ୍ତ ତାଙ୍କୁ କାର୍ଯ୍ୟରେ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ଦାୟିତ୍ୱ ନେବାକୁ ଆବୋଲି ସୁନୀଲ ନରବାଣେଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଗତକାଲି ରାତିରେ ସେ କାର୍ଯ୍ୟର ଯୋଗ ଦେଇଛନ୍ତି।

ମେ’ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବ। ଏପ୍ରିଲ ୧୩ ତାରିଖରେ ଏନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ।

Post Views63 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!