୭ ଭଉଣୀର ଏକମାତ୍ର ଗେହ୍ଲା ଭାଇ, ଟ୍ରେନ୍‌ ଦୁର୍ଘଟଣା ନେଲା ଜୀବନ

୭ ଭଉଣୀରେ ସେ ଥିଲା ଏକମାତ୍ର ଗେହ୍ଲା ଭାଇ । ଘରର ସବୁ ଦାୟିତ୍ୱ ତାଙ୍କ ମୁଣ୍ଡରେ ଥିଲା । ତାକୁ ବି ତୁଲାଉଥିଲେ । ଚେନ୍ନାଇରେ ଦୀର୍ଘଦିନ ହେବ ରାଜମିସ୍ତ୍ରୀ ଭାବେ କାମ କରୁଥିଲେ । ଜ୍ୱର ହେବାରୁ ଯଶବନ୍ତପୁର ହାୱଡା ଟ୍ରେନ୍ରେ ଘରକୁ ଫେରୁଥିଲେ । ଦୁର୍ଘଟଣା ଘଟିବା ଦିନ ରାତି ୯ଟାରେ କେହି ଜଣେ ଫୋନ୍ କରି କହିଲେ ତାଙ୍କର ମୃତ୍ୟୁ ହେଇଛି । ଏ ଖବର ଜାଣିବା ପରେ ପରିବାର ସ୍ତବ୍ଧ। ୮ମାସର ଗର୍ଭବତୀ ସ୍ତ୍ରୀ ସ୍ବାମୀଙ୍କ ବିୟୋଗ ଖବର ଶୁଣି ମୂର୍ଚ୍ଛା ହୋଇଗଲେ। ଏବେ ସେ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଶବକୁ ଖୋଜିବା ପାଇଁ ସେପଟେ ପରିବାର ବାହାରିଯାଇଥିଲେ ଶବ ଖୋଜିବା ପାଇଁ।
ବାହାନଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ପଶ୍ଚିମବଙ୍ଗ ସିଲିଗୁଡ଼ିର ଦିନହଟାର ଜିସ୍ମ ଆଲାମ୍। ଘର ଲୋକ ଶବ ଖୋଜିବାକୁ ଯାଇ ପ୍ରଥମେ ଘଟଣାସ୍ଥଳରେ ଏବଂ ପରେ ଶବ ରହୁଥିବା ସ୍ଥାନରେ ପହଞ୍ଚିଥିଲେ । ସେଠି ପ୍ରୋଜେକ୍ଟର ସ୍କ୍ରିନ୍ରେ ଜିସ୍ମକୁ ପାଇଲେ । କିନ୍ତୁ ଶବ ରହୁଥିବା ଘରେ ତାଙ୍କୁ ମୃତଦେହ ଦେଖାଇବାକୁ କେହିନଥିଲେ । ସବୁ ଶବ ଉପରୁ ଧଳା ପରଦା ହଟାଇ ଦେଖିଲେ କିନ୍ତୁ କେଉଁଠି ପାଇଲେନି । ପରେ ସେଠି ଦାୟିତ୍ୱରେ ଥିବା ଅଧିକାରୀ କହିଲେ, ତମେ ନେବାକୁ ଆସିଥିବା ଶବର ନମ୍ବରିଂ ସହ ଫଟୋ ଉଠାଯାଇ ଅପ୍ଲୋଡ୍ କରାଯାଇଛି । ତୁମେ ଭୁବନେଶ୍ୱର ଏମ୍ସ ଯାଇ ଖୋଜ ।
ଭୁବନେଶ୍ବର ଆସିଲା ପରେ ରାତିରେ ଶବଘର ଭିତରେ ବହୁ ଖୋଜିଲେ । କ୍ୟାପିଟାଲ୍ ହସ୍ପିଟାଲ୍ ସମେତ ଅନ୍ୟ ଘରୋଇ ହସ୍ପିଟାଲ୍ ବୁଲିଲେ କିନ୍ତୁ କେଉଁଠି ବି ମୃତଦେହ ନାହିଁ । ଶେଷରେ ସୋମବାର ଅପରାହ୍ଣରେ ପୁଣି ଫଟୋ ରେଜିଷ୍ଟର୍ ଏବଂ ୱେବ୍ସାଇଟ୍ ଚେକ୍ କରିବା ସହ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ହେଲ୍ପ ଡେସ୍କର ସହାୟତା ନେଇ ସେଠାକାର ପୁଲିସ୍ ସାଙ୍ଗରେ ଶବ ଖୋଜିବାକୁ ବାହାରିଥିଲେ । ପରେ ଓଡ଼ିଶା ପକ୍ଷରୁ ୱେବ୍ସାଇଟ୍ରେ ଫଟୋ ଦେଖାଉଥିବା ଅଧିକାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା । ପରେ ଜଣେ ଅଧିକାରୀ ଆସି ବୁଝାଇବା ପରେ କଥା ଥମିଥିଲା ଏବଂ ଶୀଘ୍ର ଖୋଜିବାର ବ୍ୟବସ୍ଥା କରିବାକୁ କହିବାରୁ ସମ୍ପର୍କୀୟମାନେ ଶବାଗାର ପାଖରେ ବସି ରହିଥିଲେ ।

Post Views91 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!