ଲଗାତାର ୧୦୦ ଘଣ୍ଟା ଖାଦ୍ୟ ରାନ୍ଧି ରେକର୍ଡ କଲେ ମହିଳା

ଲଗାତାର ୧୦୦ ଘଣ୍ଟା ଧରି ଖାଦ୍ୟ ରାନ୍ଧି ରେକର୍ଡ କରିଛନ୍ତି ମହିଳା । ଆପଣଙ୍କୁ କଥା ଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ନାଇଜେରିଆର ୨୭ ବର୍ଷୀୟା ସେଫ୍ ହିଲଡା ବେସି ଏହି ଅସମ୍ଭବ କାର୍ଯ୍ୟ କରି ଦେଖାଇଛନ୍ତି। ଏକ ମାରାଥନ ଜୁଙ୍କି ସେସନ୍‌ରେ ଭାଗ ନେଇ ହିଲଡା ଏହି ରେକର୍ଡ କରିଛନ୍ତି। ସେ ଏହି ପ୍ରତିଯୋଗିତାରେ ଭାଗ ନେଇ ଅନେକ ନାଇଜେରିଆ ଖାଦ୍ୟ ସହ କିଛି ବିଦେଶୀ ବ୍ୟଞ୍ଜନ ପ୍ରସ୍ତୁତ କରିଥିଲେ ।ପ୍ରତିଯୋଗିତାରେ ଭାଗ ନେଉଥିବା ପ୍ରତିଯୋଗୀଙ୍କୁ ପ୍ରତିଘଣ୍ଟାରେ ପାଞ୍ଚ ମିନିଟ୍ ବ୍ରେକ୍ ଦିଆଯାଉଥିବାବେଳେ ହିଲଡାଙ୍କ ସହ ଆଉ ଜଣେ ସେଫ ମଧ୍ୟ ଥିଲେ |ତେବେ ଆରମ୍ଭରୁ ହିଲଡା ଲଗାତାର ୯୬ ଘଣ୍ଟା ଧରି ରୋଷେଇ କରିବାକୁ ଭାବିଥିବାବେଳେ ସ୍ଥାନୀୟ ଲୋକଙ୍କ ପ୍ରୋତ୍ସାହନରେ ସେ ଖାଦ୍ୟ ପ୍ରସ୍ତୁତ କରିବାକୁ ଆହୁରି ଚାରିଘଣ୍ଟା ଅଧିକ ସମୟ ନେଇଥିଲେ । ତାଙ୍କ ଦୃଢ଼ ମନୋବଳ ଯୋଗୁ ସେ ଏହି ରେକର୍ଡ କରିବାରେ ସଫଳ ହୋଇଥିଲେ । ଦୀର୍ଘ ଚାରି ଦିନ ଧରି ବିନା ବ୍ରେକରେ ଖାଦ୍ୟ ପ୍ରସ୍ତୁତି କରି ରେକର୍ଡ କରିବାକୁ ପ୍ରୟାସ କରିଥିବାରୁ ତାଙ୍କୁ ଏବେ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି । ଅବଶ୍ୟ ପୂର୍ବରୁ ୨୦୧୯ରେ ଭାରତୀୟ ସେପ୍ ଲତା ଟଣ୍ଡନ ୮୭ ଘଣ୍ଟା ୪୫ ମିନିଟ୍ ଖାଦ୍ୟ ପ୍ରସ୍ତୁତ କରି ଏହି ରେକର୍ଡ କରିଥିଲେ ।

 

 

Post Views36 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!