ଜିତିଲେ , ମନ୍ତ୍ରୀ ପଦ ପାଇଲେ

ଓଡିଶାର ଆଇନ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ବିଜେପିର ପୃଥ୍ବିୀରାଜ ହରିଚନ୍ଦନ। ହରିଚନ୍ଦନ ପରିବାର ଉପରେ ଭରସା କରିଛି ବିଜେପି  । ଚିଲିକା ବିଧାନସଭା କ୍ଷେତ୍ରରୁ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ । ଏବେ ହରିଚନ୍ଦନ ପରିବାରକୁ ଅଧିକ ଗୁରୁତ୍ବ ମିଳିଛି । ବାପା ବିଶ୍ବଭୂଷଣ ହରିଚନ୍ଦନ ଛତିଶଗଡ଼ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିବା ବେଳେ ତାଙ୍କର ବଡ଼ପୁଅ ପୃଥ୍ବୀରାଜ ହରିଚନ୍ଦନଙ୍କୁ ନୂଆ ବିଜେପି ସରକାରରେ କ୍ୟାବିନେଟ୍ ମନ୍ତ୍ରୀର ଦାୟିତ୍ବ ମିଳିଛି।

ଚିଲିକା ନିର୍ବାଚନମଣ୍ଡଳୀରେ ହରିଚନ୍ଦନ ପରିବାରର ଖ୍ୟାତି ସବୁବେଳେ  ରହିଛି । ମନ୍ତ୍ରୀ ପୃଥ୍ବୀରାଜଙ୍କ ଜେଜେ ସ୍ବର୍ଗତ ପର୍ଶୁରାମ ହରିଚନ୍ଦନଙ୍କ ଅମଳରୁ ରହିଛି ରାଜନିତୀ ସଂଯୋଗ । ଅବିଭକ୍ତ ପୁରୀ ଜିଲ୍ଲା ଥିବା ସମୟରେ ସ୍ବର୍ଗତ ହରିଚନ୍ଦନ ପୁରୀ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ପଦବିରେ ଥିଲେ। ପରେପରେ ବିଶ୍ବଭୂଷଣ ହରିଚନ୍ଦନ ରାଜ୍ୟ ରାଜସ୍ବ ଏବଂ ଆଇନ୍‌ ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ।

ବିଶ୍ବଭୂଷଣଙ୍କ ପରେ ବିଭୂତି ଶ୍ରୀଚନ୍ଦନ ଚିଲିକାରୁ ବିଜେପିର ନେତୃତ୍ବ ନେଇଥିଲେ। ମୋଟ ତିନି ଥର ବିଜେପିର ବିଧାୟକ ଭାବେ ଚିଲିକାରୁ ନିର୍ବାଚିତ ହୋଇଥିଲେ ସେ। ଗଲା ୨୦୧୯ ନିର୍ବାଚନରୁ ବିଭୂତି ରାଜନୀତି ଛାଡିଥିଲେ ଏବଂ ପୁତୁରା ପୃଥ୍ବୀରାଜ ହରିଚନ୍ଦନଙ୍କୁ ଚିଲିକାର ରାଜନିତୀ ମଇଦାନକୁ  ଛାଡ଼ିଥିଲେ। ପ୍ରଥମ ପ୍ରତିଦ୍ବନ୍ଦ୍ବିତାରେ ପୃଥ୍ବୀରାଜ ପରାସ୍ତ ହୋଇଥିଲେ । ତତ୍କାଳୀନ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ତାଙ୍କୁ ପରାଜିତ କରିଥିଲେ ପରେ ବିଜେପିର କେନ୍ଦ୍ର ନେତୃତ୍ବ ତାଙ୍କୁ କୋଚିନ୍‌ ସିପ୍‌ ୟାର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ।

ଚଳିତ ନିର୍ବାଚନରେ ପୃଥ୍ବୀରାଜ ଦ୍ବିତୀୟ ବାର ବିଜେପିରୁ ଟିକେଟ୍ ପାଇ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ସେ ବିଜେଡିର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରି ୪୪୫୫ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ସେ ପ୍ରଥମଥର ବିଧାୟକ ହୋଇଥିଲେ ମଧ୍ୟ ଦଳ  ତାଙ୍କ ଉପରେ  ଭରସା ରଖିଛି। ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ପାହ୍ୟା ମିଳିଛି।

Post Views33 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!