ଦବଙ୍ଗ ଅଫିସର, ଷ୍ଟ୍ରିକ୍ଟ କାମ। ଡେୟାରିଂ ନେଚର ପାଇଁ ସୋସିଆଲ ମିଡିଆରେ ହୁଏ ଚର୍ଚ୍ଚା। ଅଛନ୍ତି ଅନେକ ଫଲୋଅର୍ସ। ଏ ହେଉଛନ୍ତି ଉତ୍ତରପ୍ରଦେଶର ଦବଙ୍ଗ ଡିଏସପି ତଥା ରାମପୁରର ଡେପୁଟି ସୁପରିଟେଣ୍ଡେଣ୍ଟ ଅଫ୍ ପୁଲିସ ଅନୁଜ ଚୌଧୁରୀ । ତାଙ୍କ ବାହାଦୁରୀ ଓ ନିର୍ଭିକ ଅନ୍ଦାଜ ପାଇଁ ତାଙ୍କୁ ଲୋକେ ବାହୁବଳୀ ଅଫିସର କୁହନ୍ତି ।
ଏବେ ୟୁପିର ରାମପୁର ଜିଲ୍ଲାରେ ସିଓ ସିଟି ଭାବେ କାର୍ଯ୍ୟରତ ଅଛନ୍ତି ଅନୁଜ । କ୍ରୀଡା କ୍ଷେତ୍ରରେ ଦେଶକୁ ତାଙ୍କର ଅବଦାନ ପାଇଁ ତାଙ୍କୁ ପୁଲିସରେ ଡିଏସପି ଭାବେ ନିଯୁକ୍ତି ମିଳିଥିଲା । ଅନୁଜ ଜଣେ ଅନ୍ତର୍ଜାତୀୟ କୁସ୍ତି ଖେଳାଳି । ପିଲାବେଳୁ କୁସ୍ତିରେ ଥିଲେ ପାରଙ୍ଗମ। ତାଙ୍କର ଏହି ଚେଷ୍ଟା ତାଙ୍କୁ ବିଶ୍ୱ ସ୍ତରର ଜଣେ କ୍ଷାତିସମ୍ପନ୍ନ କୁସ୍ତି ଖେଳାଳି କରିପାରିଥିଲା । କାନାଡା ଅଷ୍ଟ୍ରେଲିଆ. ସାଉଥ୍ ଆଫ୍ରିକାରେ ଅନୁଷ୍ଠିତ କମନୱେଲଥ୍ ଗେମରେ ୩ଥର ଗୋଲ୍ଡ ମେଡାଲ, ଚୀନରେ ଅନୁଷ୍ଠିତ ଏସୀଆ ଚାମ୍ପିଅନସିପରେ ସିଲଭର ମେଡାଲ, ଥାଇଲାଣ୍ଡ ଏସୀଆନ୍ ଚାମ୍ପିଅନସିପରେ ବ୍ରୋଞ୍ଚ ମେଡାଲ ଆଣି ପୁରା ଦେଶକୁ ଗୌରବାନ୍ୱିତ କରିଛନ୍ତି ଅନୁଜ । କେବଳ ଏତିକି ନୁହେଁ ଦିଲ୍ଲୀରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ମଧ୍ୟ ଭାରତର ପ୍ରତିନିଧିତ୍ୱ କରି ସିଲଭର ମେଡାଲ ଆଣିବା ସହ ପୁଲିସ ବିଭାଗ ପାଇଁ ଆଣିଛନ୍ତି ଅନେକ ମେଡାଲ ଓ ଟ୍ରଫି । କ୍ରୀଡା କ୍ଷେତ୍ରରେ ଦେଶ ପାଇଁ ତାଙ୍କର ଅବଦାନ ଓ କର୍ମକ୍ଷେତ୍ରରେ ତାଙ୍କ ନିଷ୍ଠା ପାଇଁ ତାଙ୍କୁ ମିଳିଛି ଅନେକ ସମ୍ମାନ ଓ ପୁରସ୍କାର ।
୨୦୦୫ରେ ତାଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ଅର୍ଜୁନ ଆୱାର୍ଡ ସମ୍ମାନିତ କରାଯାଇଛି ।ଏହାସହ୨୦୦୨ରେ ଲକ୍ଷ୍ମଣ ଆୱାର୍ଡ
୨୦୧୬ରେ ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ୟଶ୍ ଭାରତୀ ଆୱାର୍ଡ ୨୦୦୫ରେ – ୟୁପି କେଶରୀ ଆୱାର୍ଡ ମିଳିଛି ।
୧୯୯୯, ୨୦୦୦, ୨୦୦୧ ବର୍ଷ ପାଇଁ ଲଗାତାର ୩ ଥର ପାଇଁ ଶେର- ଏ- ହିନ୍ଦ ଆୱାର୍ଡ ପାଇଛନ୍ତି ଅନୁଜ
ଏହା ସହ ତାଙ୍କୁ ମିଳିଛି ବୀର ଅଭିମନ୍ୟୁ ସମ୍ମାନ । ରାମପୁରର ସିଓ ସିଟି ଭାବେ କାର୍ଯ୍ୟରତ ଲୋକଙ୍କ ପାଖକୁ ଯାଇ ତାଙ୍କର ସମସ୍ୟା ବୁଝିବାକୁ ପସନ୍ଦ କରନ୍ତି । କାମରେ ଯେତିକି କଡା ସାଧାରଣ ଜନତାଙ୍କ ପାଇଁ ସେତିକି ନରମ ମିଜାଜ୍ । ତେଣୁ ତାଙ୍କୁ କିଛି ଲୋକ ୟୁପିର ଦବଙ୍ଗ ଅଫିସର ବୋଲି କହୁଥିବାବେଳେ ଅନେକ ତାଙ୍କୁ ଚୁଲବୁଲ ପାଣ୍ଡେ ବୋଲି ଡାକନ୍ତି । ନିଜ ଫିଟନେସ୍ ପାଇଁ ଅନୁଜ୍ କୌଣସି ବଲିଉଡ୍ ଷ୍ଟାରଙ୍କ ଠାରୁ କମ୍ ନୁହଁନ୍ତି । ଫିଟନେସ୍ ପାଇଁ ସଲମାନ୍ ଖାନ୍ ମଧ୍ୟ ତାଙ୍କଚୁ ଫଲୋ କରନ୍ତି ବୋଲି କୁହାଯାଏ । ତାଙ୍କ ସିକ୍ସ ପ୍ୟାକ୍ ଓ ବଡି ଫିଟନେସ୍ ପାଇଁ ଯୁବପିଢିଙ୍କର ସେ ବେଶ୍ ପସନ୍ଦ ।

