ଅନଲାଇନରେ ସପିଂ କରୁଥିଲେ ସାବଧାନ!

ଆପଣଙ୍କର ଛୋଟ ନିଷ୍ପତ୍ତି ପାଇଁ ହୋଇପାରେ ବଡ଼ ଭୁଲ । ପର୍ବ ଏବଂ ଅନ୍ୟାନ୍ୟ ପ୍ରମୁଖ ଉତ୍ସବରେ ବିଭିନ୍ନ ସପିଂ ପ୍ଲାଟଫର୍ମ ଅଫର ଆଣନ୍ତି । ଏଥିଲାଗି ଆପଣଙ୍କୁ ଇମେଲ ଏବଂ ମୋବାଇଲକୁ ମେସେଜ ଆସେ । ଉଦାହରଣ ସ୍ବରୂପ ଜଣେ ବ୍ୟକ୍ତିଙ୍କ ନିକଟକୁ ଏକ ପ୍ରମୁଖ ଇ-କମର୍ସ ପ୍ଲାଟଫର୍ମର ସ୍ପେଶାଲ ଡିସକାଉଣ୍ଟ ଇମେଲ୍‌ ଆସିଥାଏ । ମେସେଜରେ ଏପରି କୁହାଯାଇଥିବ ଯେ ଏହି ଅଫର କେବଳ 2ଘଣ୍ଟା ପାଇଁ ଉପଲବ୍ଧ ଏବଂ ‘ଆଇଟମ୍ ସୀମିତ’ । ଲୋକଟି ଏହା ଏକ ଭଲ ସୁଯୋଗ ବୋଲି ସଙ୍ଗେ ସଙ୍ଗେ ଜିନିଷଟିକୁ କିଣିବାକୁ ଉଦ୍ୟମ କରେ । ଏଥିରେ ଉଲ୍ଲେଖ କରାଯାଇଥିବ ଲିଙ୍କ୍ ଖୋଲି ତାଙ୍କ କ୍ରେଡିଟ୍ କାର୍ଡର ବିବରଣୀ ଦିଅନ୍ତୁ । ଆଉ ଯେତେବେଳେ କାର୍ଡରୁ ଟଙ୍କା ଚାଲିଯାଏ ସେତେବେଳେ ବ୍ୟକ୍ତି ଜଣକ ଅନୁଭବ କରନ୍ତି ଯେ ସେ ଠକେଇର ଶିକାର ହୋଇଛନ୍ତି ।

ସୀମିତ ସମୟ ଅଫର ବିଷୟରେ ଇମେଲ୍‌ ଏବଂ ମେସେଜ ପ୍ରତି ବିଶେଷ ସାବଧାନ ରୁହନ୍ତୁ ।କୌଣସି ପରିସ୍ଥିତିରେ ଇମେଲ୍‌ରେ ଲିଙ୍କ୍ ଖୋଲନ୍ତୁ ନାହିଁ । ଏହା ପରିବର୍ତ୍ତେ ସମ୍ପୃକ୍ତ ସଂସ୍ଥାର ଅଫିସିଆଲ୍ ୱେବସାଇଟକୁ ଯାଆନ୍ତୁ ।ବିଶେଷ ଭାବରେ ସୀମିତ ସମୟ ଅଫରଗୁଡିକ ବିଷୟରେ ମେସେଜଗୁଡ଼ିକୁ ଅଣଦେଖା କରନ୍ତୁ ।ଫ୍ରଡ୍‌ ଇମେଲ୍‌ଗୁଡିକ କମ୍ପାନୀ ନାମ ନେଇ ଏପରି ଠକେଇ କରନ୍ତି । ଏଗୁଡିକ ଯତ୍ନର ସହିତ ଚିହ୍ନଟ କରାଯିବା ଉଚିତ ।ଅଫର ଦୁଇଥର ଯାଞ୍ଚ କରିବା ପରେ ହିଁ ଜିନିଷ କିଣିବାକୁ ନିଷ୍ପତ୍ତି ନିଆଯିବା ଉଚିତ । ଯଦି ଆପଣ ଜାଣିଛନ୍ତି ଯେ ଆପଣ ଠକେଇର ଶିକାର ହୋଇଛନ୍ତି, ତେବେ ତୁରନ୍ତ ବ୍ୟାଙ୍କ ଏବଂ ସାଇବର କ୍ରାଇମ ଷ୍ଟେସନରେ ଅଭିଯୋଗ ଦାଖଲ କରନ୍ତୁ ।

Post Views20 Total Count

Apply Now


This will close in 0 seconds

error: Content is protected !!