ରାଜ୍ୟର ପ୍ରାୟ ୩୫ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦିଆଯିବ

ରାଜ୍ୟର ଗରିବ ଓ ଗୃହଶୂନ୍ୟ ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଐତିହାସିକ ଘୋଷଣା କରିଛନ୍ତି । ଆଗାମୀ ଦିନରେ ରାଜ୍ୟର ପ୍ରାୟ ୩୫ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦିଆଯିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ମେଗା ଗୃହ ନିର୍ମାଣ ଯୋଜନା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସବୁଜ ସଙ୍କେତ ମିଳିସାରିଛି ।

ସରକାରଙ୍କ ଏହି ବଡ଼ ନିଷ୍ପତ୍ତି ଫଳରେ ରାଜ୍ୟର ଲକ୍ଷ ଲକ୍ଷ ଗରିବ ପରିବାରଙ୍କ ମୁଣ୍ଡ ଉପରେ ନିଜସ୍ୱ ପକ୍କା ଛାତର ସ୍ୱପ୍ନ ସାକାର ହେବାକୁ ଯାଉଛି ।ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଏହି ପ୍ରକଳ୍ପକୁ ସୁଚାରୁରୂପେ ପରିଚାଳନା କରିବା ପାଇଁ ଏକ ସ୍ୱତନ୍ତ୍ର ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଯୋଜନା ଅଧୀନରେ ପ୍ରତିବର୍ଷ ୧୦ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦିଆଯିବ ।

ପ୍ରକୃତ ଗରିବ, ଭୂମିହୀନ ଏବଂ କଚ୍ଚା ଘରେ ରହୁଥିବା ଆବଶ୍ୟକୀୟ ଲୋକଙ୍କ ପାଖରେ ଯେପରି ଏହି ସୁବିଧା ପହଞ୍ଚିବ, ସେଥିପାଇଁ ସମ୍ପୂର୍ଣ୍ଣ ସ୍ୱଚ୍ଛ ପ୍ରକ୍ରିୟାରେ ହିତାଧିକାରୀ ଚୟନ କରାଯିବ । ଏହି ଚୟନ ପ୍ରକ୍ରିୟାରେ କୌଣସି ପ୍ରକାର ପାତରଅନ୍ତର କିମ୍ବା ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି ।

Post Views35 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!