ପହିଲି ରଜ ରେ କମିଲା ପେଟ୍ରୋଲ ଦର!

ପାକିସ୍ତାନଠାରୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ, ବିଶ୍ୱର ସମସ୍ତ ଦେଶରେ ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହେବାରେ ଲାଗିଛି, କିନ୍ତୁ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠାରେ ଜାଳେଣି କିମ୍ୱା ଇନ୍ଧନ ମୂଲ୍ୟରେ ୩.୧% ହ୍ରାସ ଘଟିଛି। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ବୟାନ ଅନୁଯାୟୀ, ମେ ୨୦୨୨ ରୁ ମେ ୨୦୨୬ ମଧ୍ୟରେ ଭାରତରେ ଜାଳେଣି ଦରରେ ୩.୧% ହ୍ରାସ ରେକର୍ଡ କରାଯାଇଛି।

କେନ୍ଦ୍ର ମନ୍ତ୍ରୀ ନିଜ ଦ୍ୱାରା ଜାରି କରାଯାଇଥିବା ସଂଖ୍ୟା ଓ ତଥ୍ୟ ଆଧାରରେ ବୁଝାଇଛନ୍ତି ଯେ, ଯେଉଁଠି ଗତ ଚାରି ବର୍ଷ ମଧ୍ୟରେ ପାକିସ୍ତାନରେ ପେଟ୍ରୋଲ-ଡିଜେଲ ମୂଲ୍ୟରେ ୭୦% ବୃଦ୍ଧି ଘଟିଛି, ସେହିପରି ଶ୍ରୀଲଙ୍କାରେ ଦାମ ୬୬% ପର୍ଯ୍ୟନ୍ତ ବଢ଼ିଛି। ଇଟାଲୀ ଏବଂ ଫ୍ରାନ୍ସରେ ମଧ୍ୟ ଜାଳେଣି ଦର ଯଥାକ୍ରମେ ୪୬% ଏବଂ ୪”୭% ବୃଦ୍ଧି ପାଇଛି। ଆମେରିକାରେ ମଧ୍ୟ ଇନ୍ଧନ ଦର ୩୫% ପର୍ଯ୍ୟନ୍ତ ବଢ଼ିଛି। ଅପରପକ୍ଷରେ, ଭାରତରେ କ୍ରମାଗତ ଭାବେ ଦାମ କମିଛି। ଏହି ଚାରି ବର୍ଷ ମଧ୍ୟରେ ଭାରତରେ ଜାଳେଣି ମୂଲ୍ୟରେ ୩.୧% ର ଶୁଦ୍ଧ (ନେଟ) ହ୍ରାସ ଘଟିଛି।

ସରକାରଙ୍କ ତରଫରୁ କୁହାଯାଇଛି ଯେ, ନିକଟରେ ପଶ୍ଚିମ ଏସିଆରେ ଦେଖାଦେଇଥିବା ଉତ୍ତେଜନା ହେତୁ ଆନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ (କ୍ରୁଡ ଅଏଲ) ମୂଲ୍ୟ ବ୍ୟାରେଲ ପିଛା ୭୦ ଡଲାରରୁ ବୃଦ୍ଧି ପାଇ ୧୨୨ ଡଲାର ସ୍ତରରେ ପହଞ୍ଚିଛି।

Post Views22 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!