ଏକ ଦେଶ,ଏକ ନିର୍ବାଚନ ବିଲ୍: ଭୋଟ୍ ଦେଲେନି ୧୧ ବିଜେପି ସାଂସଦ

ସଂସଦର ଶୀତକାଳୀନ ଅଧିବେଶନ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାର ମଙ୍ଗଳବାର ଦିନ ଲୋକସଭାରେ ‘ଏକ ଦେଶ ଏକ ନିର୍ବାଚନ’ ବିଲ୍ ଆଗତ କରିଛନ୍ତି। ଏଥିପାଇଁ ବିଜେପି ଏକ ହ୍ବିପ୍ ଜାରି କରିଥିଲା ଯେ, ଦଳର ସମସ୍ତ ସାଂସଦ ଗୃହରେ ଉପସ୍ଥିତ ରହିବେ। ଏହା ସତ୍ତ୍ବେ ୧୧ ଜଣ ସାଂସଦ ଭୋଟ୍ ସମୟରେ ଅନୁପସ୍ଥିତ ରହିଥିଲେ। ବର୍ତ୍ତମାନ ଦଳ ଅନୁପସ୍ଥିତ ସାଂସଦମାନଙ୍କୁ ହ୍ବିପ୍ ଉଲ୍ଲଂଘନ ନେଇ ନୋଟିସ ଜାରି କରିବ।ଲୋକସଭାରେ ଏନଡିଏ ସରକାରଙ୍କ ଦ୍ବାରା ଆଗତ ହୋଇଥିବା ଏକ‌ ଦେଶ, ଏକ ନିର୍ବାଚନ ବିଲ୍ ସପକ୍ଷରେ ୨୬୯ ଭୋଟ୍ ଦିଆଯାଇଛି। ଏହା ପରେ କଂଗ୍ରେସ ସାଂସଦ ମାଣିକମ୍ ଟାଗୋର ମୋଦୀ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇ କହିଥିଲେ ଯେ, ଯେତେବେଳେ କେନ୍ଦ୍ର ସାଧାରଣ ସଂଖ୍ୟାଗରିଷ୍ଠତା ହାସଲ କରିପାରିବ ନାହିଁ, ତେବେ ଏହା କିପରି ଦୁଇ ତୃତୀୟାଂଶ ଭୋଟ୍ ପାଇବ?

୧୧ ଜଣ ବିଜେପି ସାଂସଦଙ୍କ ସହ ଏନଡିଏର ସହଯୋଗୀ ଜନସେନା ପାର୍ଟିର ସାଂସଦ ଭାଲାବାନେନି ବାଲାସୋରି ମଧ୍ୟ ଗୃହରେ ପହଞ୍ଚି ନ ଥିଲେ। ଗୃହରେ ଅନୁପସ୍ଥିତ ଥିବା ସାଂସଦମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀମାନେ ମଧ୍ୟ ଅଛନ୍ତି। ସୂଚନାନୁସାରେ, ଲୋକସଭାରେ ଅନୁପସ୍ଥିତ ଥିବା ସାଂସଦଙ୍କ ଏହି ମନୋଭାବକୁ ନେଇ ବିଜେପି ହାଇକମାଣ୍ଡ ଅସନ୍ତୁଷ୍ଟ ଅଛନ୍ତି। ହ୍ବିପ୍ ଉଲ୍ଲଂଘନ କରିଥିବାରୁ ବିଜେପି ବର୍ତ୍ତମାନ ଅନୁପସ୍ଥିତ ଥିବା ସାଂସଦମାନଙ୍କୁ ନୋଟିସ ଜାରି କରିବ ଏବଂ ସେମାନଙ୍କଠାରୁ ଉତ୍ତର ମାଗିବ।

Post Views40 Total Count

Apply Now


This will close in 0 seconds

error: Content is protected !!