ବଦଳିବ ରାଜଧାନୀ ଦିଲ୍ଲୀର ନାମ !

ଅନେକ ସହରର ନାଁ ପରିବର୍ତ୍ତନ ମଧ୍ୟରେ, ଏବେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ନାଁ ପରିବର୍ତ୍ତନ ଦାବି ଉଠିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ବିଜୟ ଗୋଏଲ ରାଜଧାନୀର ଇଂରାଜୀ ନାଁ Delhi ରୁ Dilli କରିବାକୁ ଦାବି କରିଛନ୍ତି।
ସେ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି। ସେ ନଭେମ୍ବର ୧ ତାରିଖରେ ଦିଲ୍ଲୀ ସରକାର ଏକ ନୂତନ ସରକାରୀ ଲୋଗୋ ପ୍ରକାଶ କରିବାକୁ ଦାବି କରିଛନ୍ତି। ବିଜୟ ଗୋୟଲ ସମସ୍ତ ସରକାରୀ କାର୍ଯ୍ୟକ୍ରମରେ Delhi ଶବ୍ଦକୁ Dilli କରିବାକୁ ସେ ଦାବି କରିଛନ୍ତି।

ବିଜେପି ନେତା ଦାବି କରନ୍ତି ଯେ ୧୧ଶ ଶତାବ୍ଦୀରେ ଦିଲ୍ଲୀକୁ ‘ଧିଲ୍ଲି’ କୁହାଯାଉଥିଲା, ଯାହା ପରେ ପାରସ୍ୟରେ ‘ଦେହଲି’ ହୋଇଗଲା। ଆଉ ବ୍ରିଟିଶ ଶାସନ ସମୟରେ ଏହାକୁ ‘Delhi’ କରିଦିଆଗଲା। ସେ ପୁଣି କରିଛନ୍ତି, ମହାଭାରତ ସମୟରେ ଏହାର ନା’ ଇନ୍ଦ୍ରପ୍ରସ୍ଥ ଥିଲା। କିଛି ଲୋକ ଦିଲ୍ଲୀର ନାମ ପରିବର୍ତ୍ତନ କରି ଇନ୍ଦ୍ରପ୍ରସ୍ଥ କରିବାକୁ ମଧ୍ୟ ଦାବି କରୁଛନ୍ତି।
ବିଜୟ ଗୋଏଲ ଏ ବିଷୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କୁ ଏକ ଚିଠି ଲେଖିଛନ୍ତି। ସେ କହିଛନ୍ତି ଯେ ଦିଲ୍ଲୀର ମୂଳ ନାଁ ସଂସ୍କୃତ ଶବ୍ଦ “ଧିଲ୍ଲିକା”ରୁ ଆସିଛି। ଐତିହାସିକ ଗ୍ରନ୍ଥ, ପାରସ୍ୟ ଇତିହାସ ଏବଂ ପରିବ୍ରାଜକଙ୍କ ଉଲ୍ଲେଖରେ ମଧ୍ୟ ଏହା ସବୁବେଳେ ‘ଦିଲ୍ଲୀ’ ଭାବରେ ଉଚ୍ଚାରଣ ହୋଇଛି।
ଗୋୟଲଙ୍କ ମତରେ, ସ୍ଥାନୀୟ ଲୋକମାନେ ଶତାବ୍ଦୀ ଶତାବ୍ଦୀ ଧରି “ଦିଲ୍ଲୀ” କହୁଛନ୍ତି, ଏବଂ ଏହି ନାଁ କବିତା, ଲୋକଗୀତ ଏବଂ ସାହିତ୍ୟରେ ମଧ୍ୟ ବ୍ୟବହୃତ ହୁଏ। ବର୍ତ୍ତମାନ ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇ ପରି, ନାଁ ପରିବର୍ତ୍ତନ କରିବାରେ ଆର୍ଥିକ କିମ୍ବା ବୈଷୟିକ ଅସୁବିଧା ଏକ ବଡ଼ ପ୍ରତିବନ୍ଧକ ନୁହେଁ, ଡିଜିଟାଲ୍ ଯୁଗରେ ଏହା ସହଜ ବୋଲି ବିଜେପି ନେତା କହିଛନ୍ତି।

Post Views21 Total Count

Apply Now


This will close in 0 seconds

error: Content is protected !!