ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଖୀ ବାନ୍ଧିଲେ କୁନି ପିଲା

ଆଜି ସମଗ୍ର ଦେଶରେ ଉତ୍ସାହର ସହିତ ପବିତ୍ର ରକ୍ଷାବନ୍ଧନ ପାଳିତ ହୋଇଯାଇଛି। ପ୍ରତି ବର୍ଷ ଭଳି ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ସ୍କୁଲ ପିଲାମାନେ ରାଖୀ ବାନ୍ଧିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ରକ୍ଷାବନ୍ଧନର ଫଟୋ ସୋସିଆଲ ମିଡିଆ ‘ଏକ୍ସ’ରେ ସେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି ୭ ଲୋକ କଲ୍ୟାଣ ମାର୍ଗରେ ‘ରକ୍ଷାବନ୍ଧନ’ର ଉତ୍ସାହ ସ୍ମରଣୀୟ ରହିବ। 
ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ ନିବାସରେ ଆୟୋଜିତ ରକ୍ଷାବନ୍ଧନ ଅବସରରେ କୁନି ପିଲାମାନଙ୍କୁ ଭେଟିଛନ୍ତି। ଛୋଟଛୋଟ ପିଲାମାନେ ପ୍ରଧାନମନ୍ତ୍ରୀଙ୍କୁ ରକ୍ଷାସୂତ୍ର ବାନ୍ଧି ଆଶୀର୍ବାଦ ନେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହିତ ପିଲାମାନେ ଖୁସିର ସମୟ ବିତାଇଛନ୍ତି। ତାଙ୍କ ସହିତ ହାତ ମିଶାଇଛନ୍ତି। ପିଲାମାନଙ୍କର ହସ ଏବଂ ପ୍ରଧାନମନ୍ତ୍ରୀଙ୍କ ସ୍ନେହର ମୁହୂର୍ତ୍ତ ମନେ ରହିବ। କାର୍ଯ୍ୟକ୍ରମ ସମୟରେ ପିଲାମାନେ ପ୍ରଧାନମନ୍ତ୍ରୀଙ୍କ ସହିତ କଥା ହୋଇଥିଲେ। 

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ କଥାବାର୍ତ୍ତା ସମୟରେ ଜଣେ ଶିଶୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲା- ଆପଣଙ୍କର ପିଲାଦିନର ପ୍ରଶ୍ନ କ’ଣ ଥିଲା? ଏହି ସମୟରେ ପ୍ରଧାନମନ୍ତ୍ରୀ ହସିହସି କହିଥିଲେ- ତୁମମାନଙ୍କୁ ଭେଟିବାର…। 
ପବିତ୍ର ରକ୍ଷାବନ୍ଧନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ସକାଳୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଟୁଇଟ୍‌ କରି ଲେଖିଥିଲେ, ସ୍ନେହ, ଭଲପାଇବା ଓ ପରସ୍ପର ବିଶ୍ୱାସର ପବିତ୍ର ପର୍ବ ରାଖୀ। ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ସଫଳତା ଆଣୁ ବୋଲି ସେ କାମନା କରିଥିଲେ। ରାଖୀ କେବଳ ଏକ ପରମ୍ପରା ନୁହେଁ, ବରଂ ଭାଇ-ଭଉଣୀଙ୍କ ମଧ୍ୟରେ ଥିବା ନିଷ୍କପଟ ଭଲପାଇବା ଓ ଆତ୍ମୀୟତାର ଏକ ସୁନ୍ଦର ପ୍ରତୀକ ବୋଲି କହିଥିଲେ।

Post Views71 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!