ସାରା ଦେଶରେ ରାଜ୍ କରୁଛି ପ୍ରଦୂଷଣ । ନିଶ୍ବାସ ନେବାକୁ କଷ୍ଟ ହେଲାଣି । ବାୟୁ ଏତେ ପ୍ରଦୂଷଣ ହେଲାଣି ଯେ ଲୋକେ ବାହାରକୁ ବାହାରିବାକୁ ଚିନ୍ତା କରୁଛନ୍ତି । ଦିଲ୍ଲୀ ସମେତ ଉତ୍ତର ଭାରତର କିଛି ରାଜ୍ୟରେ ସ୍ଥିତି ସାଂଘାତିକ । ଏମିତିରେ ଆଗକୁ ସ୍ଥିତି ଆହୁରି ସାଂଘାତିକ ହୋଇପାରେ । କାରଣ ଦୀପାବଳି ଆସୁଛି । ଏହି ସମୟରେ ସାରା ଦେଶରେ ଲୋକେ ବାଣ ଫୁଟାନ୍ତି । ଏହି ସମୟରେ ପ୍ରଦୂଷଣର ମାନ ନିମ୍ନସ୍ତରକୁ ଖସିଯାଏ । ତେବେ ଦୀପାବଳି ପୂର୍ବରୁ ସୁପ୍ରିମକୋର୍ଟ ଏନେଇ ଚିନ୍ତା ପ୍ରକଟ କରିବା ସହ ବାଣ ବ୍ୟବହୃତ କେମିକାଲ ଉପରେ କଟକଣା ଜାରି କରିଛନ୍ତି । ଦିଲ୍ଲୀରେ ବଢୁଥିବା ପ୍ରଦୂଷଣ ଉପରେ କୋର୍ଟ ପୂର୍ବରୁ ଏଭଳି ରାୟ ଦେଇଥିବା ବେଳେ ସାରା ଦେଶରେ ଏହାକୁ ଲାଗୁ କରାଯାଉ ବୋଲି କହିଛନ୍ତି । ରାଜସ୍ଥାନରେ ମଧ୍ୟ ପ୍ରଦୂଷଣକୁ ନେଇ ଶୁଣାଣି କରିଛନ୍ତି କୋର୍ଟ । ଏହାକୁ ନେଇ ଭିନ୍ନ ରାୟ ଦେବାରେ କିଛି ଆବଶ୍ୟକତା ନାହିଁ । ଦିଲ୍ଲୀ ମାମଲାରେ ଦିଆଯାଇଥିବା ରାୟ ସାରା ଦେଶ ପାଇଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

