ବିକ୍ରମ-୧ ମିଶନର ସଫଳତା ପାଇଁ ଟିମ୍‌କୁ ଭେଟିଲେ ମୋଦି

ଭାରତର ବେସରକାରୀ ମହାକାଶ କ୍ଷେତ୍ର ପାଇଁ ଐତିହାସିକ ସଫଳତା । ବିକ୍ରମ-୧ ରକେଟର ସଫଳତା ପରେ ସ୍କାଇରୁଟ୍ ଏରୋସ୍ପେସର ପ୍ରତିଷ୍ଠାତାଙ୍କ ସହ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଏହି ସଫଳତାକୁ ଭାରତର ବୈଜ୍ଞାନିକ କ୍ଷମତା ଓ ବେସରକାରୀ ମହାକାଶ କ୍ଷେତ୍ରର ବୃଦ୍ଧିର ପ୍ରତୀକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍କାଇରୁଟ୍ ଏରୋସ୍ପେସର ସହ-ପ୍ରତିଷ୍ଠାତା ପବନ ଚନ୍ଦନା ଓ ନାଗା ଭରତ ଡାକାଙ୍କ ସହ ଆଲୋଚନା କରିଥିଲେ ।

ବିକ୍ରମ-୧ ମିଶନର ସଫଳତା ପାଇଁ ସମଗ୍ର ଟିମ୍‌କୁ ସେ ଅଭିନନ୍ଦନ ଜଣାଇବା ସହ ଏହା ଭାରତର ମହାକାଶ ଯାତ୍ରାରେ ଏକ ନୂଆ ଅଧ୍ୟାୟ ବୋଲି କହିଥିଲେ ।

Post Views16 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!