ଇସ୍ତଫା ଦେବେ ରଜନୀକାନ୍ତ !

ଆଜି ଇସ୍ତଫା ଦେଇପାରନ୍ତି ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ । ସେ ବାଚସ୍ପତିଙ୍କୁ ଭେଟି ନି‌ଜ ଇସ୍ତଫାପତ୍ର ଦେବାର ସମ୍ଭାବନା ରହିଛି । ଏନେଇ ଦଳୀୟ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ଦଳୀୟ ସଂଗଠନରେ ତାଙ୍କୁ କିଛି ଗୁରୁ ଦାୟିତ୍ବ ଦେବା ପାଇଁ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ୨୦୦୪ ମସିହାରୁ ରଜନୀକାନ୍ତ କ୍ରମାଗତ ଭାବେ ଅନୁଗୁଳ ବିଧାନସଭା ଆସନରୁ ଜିତି ଆସୁଛନ୍ତି। ୨୦୧୯ ଜୁନ୍‌ ମାସରୁ ସେ ଉପବାଚସ୍ପତି ଭାବେ କାର୍ଯ୍ୟ କରୁଛନ୍ତି। ତେବେ ସେ ସାମ୍ବିଧାନିକ ପଦବିରେ ଥିବାରୁ ଦଳୀୟ ସଂଗଠନ କାର୍ଯ୍ୟ ବୁଝିବା ସମ୍ଭବ ନୁହେଁ।

ଅନୁଗୁଳ ଜିଲ୍ଲାରେ ବିଜେଡିର ସଂଗଠନ ସେତେଟା ମଜବୁତ୍‌ ନ ଥିବା କୁହାଯାଉଛି। ଆଉ କିଛି ମାସ ପରେ ସାଧାରଣ ନିର୍ବାଚନ ଥିବାରୁ ବିଜେଡି ସବୁ ଜିଲ୍ଲାରେ ସଂଗଠନକୁ ମଜବୁତ୍ କରିବାକୁ ସବୁ ପ୍ରକାର ପ୍ରୟାସ କରୁଛି। ତେଣୁ ଅନୁଗୁଳରେ ରଜନୀକାନ୍ତ ସିଂହଙ୍କୁ ସାଂଗଠନିକ ଦାୟିତ୍ବ ଦିଆଯିବାର ସମ୍ଭାବନା ରହିଛି। ପୂର୍ବତନ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଗତ ମେ’ ମାସରେ ବାଚସ୍ପତି ପଦବିରୁ ଇସ୍ତଫା ଦେଇଥିଲେ। ତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିଲା। ଗଞ୍ଜାମ ଜିଲ୍ଲାରେ ଦଳର ସାଂଗଠନିକ ଆବଶ୍ୟକତା ଦୃଷ୍ଟିରୁ ଶ୍ରୀ ଆରୁଖଙ୍କୁ ସାମ୍ବିଧାନିକ ପଦବି ଛାଡ଼ିବାକୁ ପଡ଼ିଥିଲା।

Post Views18 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!