୨୦ ଥର ହାରିବା ପରେବି ନିର୍ବାଚନ ଲଢ଼ିବେ

ରାଜସ୍ଥାନର ଶ୍ରମିକ ତିତର ସିଂହଙ୍କ ବୟସ ଏବେ ୭୮ ବର୍ଷ। ଚଳିତମାସରେ ସେ ରାଜସ୍ଥାନ ବିଧାନସଭା ପାଇଁ ହେବାକୁ ଥିବା ନିର୍ବାଚନ ଲଢ଼ିବେ । ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ଗତ ଶତାବ୍ଦୀର ୭୦ ଦଶକରୁ ସେ ସ୍ବାଧୀନ ପାର୍ଥୀଭାବେ ନିର୍ବାଚନ ଲଢ଼ି ଆସୁଛନ୍ତି। ପ୍ରାୟ ୨୦ଟି ନିର୍ବାଚନ ସେ ଲଢ଼ିବା ସହିତ ସବୁ ସମୟରେ ପରାଜିତ ହୋଇଛନ୍ତି। କିନ୍ତୁ ତାଙ୍କର ମନବଳ ଭାଙ୍ଗିନାହିଁ।

ଏଥର ମଧ୍ୟ ସେ କରନପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ ।ପଞ୍ଚାୟତ ଠାରୁ ଆରମ୍ଭ କରି ଲୋକସଭା ପର୍ଯ୍ୟନ୍ତ ନିର୍ବାଚନ ସେ ଲଢ଼ିଛନ୍ତି ବୋଲି କହିଛନ୍ତି। ଦଳିତ ସଂପ୍ରଦାୟର ଏହି ବ୍ୟକ୍ତିଜଣକଙ୍କ ଘର ‘୨୫ ଏଫ୍‌’ ଗ୍ରାମରେ। ଲୋକପ୍ରିୟତା ପାଇଁ ନୁହେଁ ବରଂ ଅଧିକାର ପାଇଁ ସେ ନିର୍ବାଚନ ଲଢ଼ୁଛନ୍ତି। କେନାଲ କମାଣ୍ଡ ଏରିଆରେ ଜମି ଆବଣ୍ଟନରୁ ବଞ୍ଚିତ ବ୍ୟକ୍ତିଙ୍କ ପାଇଁ ସେ ଲଢ଼େଇ କରୁଛନ୍ତି। ତାଙ୍କର ୩ ଝିଅ ଏବଂ ୨ ପୁଅ ସମେତ ନାତିନାତୁଣୀ ଅଛନ୍ତି। ତାଙ୍କ ନିକଟରେ ୨୫୦୦ ଟଙ୍କାର ଜମାରାଶି ରହିଛି। ‌ଜମି, ସଂପତ୍ତି କିମ୍ବା ଗାଡ଼ି ନାହିଁ ବୋଲି ସେ କହିଛନ୍ତି।

Post Views5 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!