ବିଜେଡି କାର୍ଯ୍ୟକାରିଣୀରେ ଆସିବ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

ଆସନ୍ତା ୧୫ ତାରିଖରେ ବିଜେଡିର ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ବସିବାକୁ ଯାଉଛି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କହିବା ପାଇଁ  ବିଜେଡ଼ି ନେତା ଓ କର୍ମୀମାନେ ସଂକଳ୍ପ  କରିଛନ୍ତି। ଘରେ ଘରେ ଶଙ୍ଖ କାର୍ଯକ୍ରମ ସହ ମୁଁ  ବି ହେବି ନବୀନଙ୍କ ସାରଥୀ କାର୍ଯ୍ୟକ୍ରମ  ଦଳକୁ ବଡ଼ ସଫଳତା ଦେଇଛି । ୨୪ରେ ବଡ଼ ସଫଳତା ପାଇଁ ଲକ୍ଷ୍ୟ ରଖିଛି ଦଳ  । ଆସନ୍ତା ୧୫ ତାରିଖରେ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟତାରେ ଶଙ୍ଖଭବନରେ ବସିବ ବିଜେଡ଼ି କାର୍ଯ୍ୟକାରିଣୀ ବୈଠକ । ଓଡ଼ିଶାବାସୀଙ୍କ ସେବା ପାଇଁ ଉତ୍ସଗୀକୃତ  ଲୋକପ୍ରିୟ ନେତା ମୁଖ୍ୟମନ୍ତ୍ରୀ ଦେଶର ରାଜନୀତିରେ ଯେଉଁ ନୂଆ ରେର୍କଡ଼ କରିବେ ସେଥିପାଇଁ ବିଜେଡ଼ିକୁ ବଡ଼ ବିଜୟ କରିବାକୁ ନେତାଏ ପ୍ରତିଜ୍ଞା କରିଛନ୍ତି ।

ମିଶନ ୨୦୨୪ ପାଇଁ  ବିଜେଡି ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ବାସ  ବଢିବଢି ଚାଲିଛି  । ନବୀନଙ୍କ ୨୬ ବର୍ଷ ଜନସେବା, ଲୋକାଭିମୁଖୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟକ୍ରମ ଦଳକୁ ବଡ଼ ବିଜୟ କରିବ ଦଳ ଆଶା ରଖିଛି  । ପ୍ରତି ନିର୍ବାଚନରେ ବିଜେଡ଼ିର ଭୋଟହାର ବୃଦ୍ଧି ପାଇବା ସହ ୨୪ରେ ନବୀନଙ୍କ ପ୍ରତି ଜନ ସମର୍ଥନର ସୁଅ ଛୁଟିବ ବୋଲି ଦଳର ବିଧାୟକମାନେ କହିଛନ୍ତି  । ଡ଼ିସେମ୍ବର ୨୬ ତାରିଖରେ ବିଜେଡି ପ୍ରତିଷ୍ଠା ଦିବସ ପାଳନ କରିବାକୁ ସଜବାଜ ଆରମ୍ଭ କରିଛନ୍ତି  । ଗ୍ରାଉଣ୍ଡରେ ଦଳୀୟ ନେତା ଓ କର୍ମୀମାନେ ସଂଗଠନକୁ ଚଳଚଞ୍ଚଳ କରିବା ସହ ଜନସେବାକୁ ଫୋକସ କରିଛନ୍ତି  ।

Post Views73 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!