ଭାରତ ଲେଖିଲା ସ୍ବର୍ଣ୍ଣିମ ଇତିହାସ

()ଏସିଆନ ଗେମ୍ସରେ ଟୋକିଓ ଅଲିମ୍ପିକ୍ସର ବଦଲା । ଏସିଆନ ଗେମ୍ସରେ ଜାପାନକୁ ହରାଇ ଭାରତର ସ୍ବର୍ଣ୍ଣିମ ବିଜୟ । ଐତିହାସିକ ବିଜୟ ସହିତ ସ୍ବର୍ଣ୍ଣ ଜିତିଛି ଭାରତୀୟ ପୁରୁଷ ହକି ଦଳ । ଜାପାନକୁ 5-1 ଗୋଲରେ ହରାଇ ଚତୁର୍ଥ ଥର ପାଇଁ ଗୋଲ୍ଡ ହାତେଇଛି ଭାରତ । ପୂର୍ବରୁ ଟିମ୍ ଇଣ୍ଡିଆ 1966, 1998 ଏବଂ 2014ରେ ଗୋଲ୍ଡ ଜିତିଥିଲା  । ମ୍ୟାଚ ଆରମ୍ଭରୁ ଭାରତ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଥିଲା  ।

ପ୍ରଥମ କ୍ବାର୍ଟରରେ କୌଣି ଦଳ ଗୋଲ ଦେଇପାରିନଥିବାବେଳେ ଦ୍ବିତୀୟ କ୍ବାର୍ଟରରେ ଗୋଲ ଦେଇ ବିଜୟ ଆଡକୁ ପାଦ ବଢାଇଥିଲା ଭାରତ  । ପ୍ରଥମେ ଦ୍ବିତୀୟ କ୍ବାର୍ଟରରେ ମନପ୍ରୀତ ଦେଇଥିଲେ ଗୋଲ୍  । ଏହାପରେ  ଅଧିନାୟକ ହରମନପ୍ରୀତ ସିଂ ଆଉ ଗୋଟିଏ ଗୋଲ ଦେଇଥିଲେ  । ପରେ ଓଡ଼ିଆ ପୁଅ ଅମିତ ରୋହିଦାସ ଏବଂ ଅଭିଷେକ ଗୋଲ ଦେଇଥିବାବେଳେ ଶେଷରେ ପୁଣିଥରେ ଅଧିନାୟକ ହରମନପ୍ରୀତ ଗୋଲ ଦେଇ ଭାରତର ସୁନା ଆଶାକୁ ପକ୍କା କରିଥିଲେ  ।

ଶେଷରେ ଚିମ୍ ଇଣ୍ଡିଆ ୫-୧ଗୋଲରେ ଜାପାନକୁ ହରାଇ ସ୍ବର୍ମ୍ଣ ପଦକ ହାସଲ କରିଥିଲା  । ଏହା ସହିତ ଭାରତ ସିଧାସଳଖ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛି  । ପୂର୍ବରୁ ୨୦୧୪ ପରେ ଏସିଆନ ଗେମ୍ସରେ ଭାରତ ଫାଇନାଲକୁ ଯାଇଥିଲା । ୨୦୧୮ରେ ଭାରତ ବ୍ରୋଞ୍ଜ ପଦକ ହାତେଇଥିବାବେଳେ ଚଳିତଥର ଫାଇନାଲକୁ ଯାଇ ଗୋଲ୍ଡ ଜିତିଛି ।

Post Views4 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!