ଉଲ୍ଲେଖନୀୟ କାର୍ଯ୍ୟଶୈଳୀ ପାଇଁ ବଲାଙ୍ଗୀର ଡିଏଫଓ ସମ୍ବର୍ଦ୍ଧିତ

ପ୍ରକୃତି ପ୍ରତି ଆତ୍ମୀୟତା ମଣିଷକୁ ଏକ ନୂଆ ପରିଚୟ ପ୍ରଦାନ କରିଥାଏ । ଆମ ରାଜ୍ୟରେ ଜଙ୍ଗଲ ବିଭାଗରେ ଅନେକ କର୍ମଚାରୀ ଓ ଅଧିକାରୀ ଅଛନ୍ତି । ହେଲେ ଜଙ୍ଗଲ ପ୍ରତି ଭଲପାଇବା ରଖି ଗଛଲତା ଓ ପଶୁପକ୍ଷୀଙ୍କ ଭାଷା ବୁଝୁଥିବା କର୍ମଚାରୀ ଖୁବ ନଗଣ୍ୟ । ଓଡ଼ିଶାରେ ଜଙ୍ଗଲ ସଂପଦର ବିକାଶ ଓ ଉନ୍ନତିରେ ଯେଉଁ କେତେଜଣ ଅଧିକାରୀଙ୍କ ଅବଦାନ ଉଲ୍ଲେଖନୀୟ ସେମାନଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ବଲାଙ୍ଗୀର ବନ ଅଧିକାରୀ ନୀତିଶ କୁମାର ।

ଜଙ୍ଗଲ ଓ ପଶୁ ସଂପଦର ସୁରକ୍ଷାରେ ନିଜର ଉଲ୍ଲେଖନୀୟ ପଦକ୍ଷେପ ଓ କାର୍ଯ୍ୟଶୈଳୀ ପାଇଁ ନୀତିଶ କୁମାର ସାରା ରାଜ୍ୟରେ ଜଣାଶୁଣା । ଉତ୍ତପ୍ରଦେଶରେ ଜନ୍ମିତ ନୀତିଶ ସ୍କୁଲ ଜୀବନ ଆରମ୍ଭରୁ ହିଁ ମେଧାବୀ ଥିଲେ । ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ କରିବା ପରେ ୨୦୦୯ ମସିହାରେ ଏକ ଚାକିରିରେ ଯୋଗଦେଇଥିଲେ । ମାତ୍ର ସମାଜ ପାଇଁ କିଛି କରିବାର ଆଶା ତାଙ୍କୁ ଚାକିରି ଜୀବନରେ ସନ୍ତୋଷ କରିପାରିନଥିଲା । ପରେ ସେ ଚାକିରି ଛାଡ଼ି ୨୦୧୨ ମସିହାରେ ସର୍ବାଭାରତୀୟ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ପ୍ରକୃତି ପ୍ରେମୀ ନୀତିଶ ବନ ବିଭାଗ ଅଧିକାରୀ ହେବାର ଲକ୍ଷ୍ୟ ରଖି ନିଜର ପ୍ରସ୍ତୁତି କରିଥିଲେ । ମାତ୍ର ଆରମ୍ଭରୁ ବିଫଳତାର ସ୍ବାଦ ଚାଖି ପରବର୍ତ୍ତୀ ସମୟରେ ୨୦୧୩ରେ ଆଇଏଫଏସରେ କୃତକାର୍ଯ୍ୟ ହୋଇଥିଲେ । ପରେ ଓଡ଼ିଶାକୁ ନିଜର କର୍ମଭୂମି ଭାବେ ବାଛିନେଇଛନ୍ତି ନୀତିଶ ।

୨୦୧୭ ଡିସେମ୍ବର ମାସରେ କଳାହାଣ୍ଡି ଉତ୍ତର ବିଭାଗରେ ଡିଏଫଓ ଭାବେ ନୂଆ ଜୀବନ ଆରମ୍ଭ କରିଥିଲେ ନୀତିଶ । ପରେ ଧୀରେଧୀରେ ତାଙ୍କର ଜଙ୍ଗଲ ବନ୍ୟଜନ୍ତୁ କ୍ଷେତ୍ରରେ ଆଗ୍ରହ ବଢିଥିଲା । ଜଙ୍ଗଲ ବିଭାଗରେ ଡ୍ରୋନ ଓ ଜିଏସ ଟେକ୍ଟୋଲୋଜିକୁ ଲାଗୁ କରିବାରେ ତାଙ୍କର ଭୂମିକା ଅବର୍ଣ୍ଣନୀୟ । ଏ ସମ୍ପର୍କରେ ସେ ବନ କର୍ମଚାରୀଙ୍କୁ ତାଲିମ ମଧ୍ୟ ଦେଇଛ୍ତି । ଜଣେ ଅତିଥି ଅଧ୍ୟାପକ ଭାବେ ଆଇଏଫଏସ ଅଧିକାରୀଙ୍କୁ ଡ୍ରୋନ ଟେକ୍ନୋଲୋଜି ସମ୍ପର୍କରେ ତାଲିମ ପ୍ରଦାନ କରୁଛନ୍ତି ନୀତିଶ । ଏହା ଉପରେ ତାଙ୍କ ଲିଖିତ ପୁସ୍ତକ application of gis and drone technology in forestry & wildlife ପ୍ରକାଶିତ ହୋଇଛି । ଯାହାକି ତାଙ୍କୁ ଏକ ନୂଆ ପରିଚୟ ପ୍ରଦାନ କରିଥିଲା । ଏଥିପାଇଁ ସେ ଗ୍ରୀନ ଓ୍ବାରିଅର ଆଓ୍ବାର୍ଡରେ ସମ୍ମାନିତ ହୋଇଛନ୍ତି । କଳାହାଣ୍ଡି ଓ ବଲାଙ୍ଗୀର ବନ ବିଭାଗରେ ବନ୍ୟଜନ୍ତୁଙ୍କ ବାସସ୍ଥାନ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ମୃତ୍ତିକା ଏବଂ ଆଦ୍ରତା ସଂରକ୍ଷଣକୁ ବ୍ୟାପକ ଭାବରେ ହାତକୁ ନିଆଯାଇଥିଲା। ତାଙ୍କ ବଳିଷ୍ଠ ନେତୃତ୍ବ ଓ ପଦକ୍ଷେପରେ କଳାହାଣ୍ଡି ଡିଭିଜନରେ ହାତୀ ସଂଖ୍ୟା ୧୫ରୁ ୫୦କୁ ବୃଦ୍ଧି ପାଇଛି ।

ବଲାଙ୍ଗୀରରେ ଇକୋ ଟୁରିଜିମ ପ୍ରତିଷ୍ଠା କରିବାରେ ନୀତିଶଙ୍କର ଉଲ୍ଲେଖନୀୟ ଅବଦାନ ରହିଛି । ସେହିପରି ସବୁଜ ମହାନଦୀ, ସବୁଜ ବଲାଙ୍ଗୀର, ଜଳପ୍ରପାତର ଉନ୍ନତିକରଣ, ମୋ କଳାହାଣ୍ଡି ଆଦି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରି ନିଜ କର୍ତ୍ତବ୍ୟପରାୟଣତା ଓ ଜଙ୍ଗଲ ପ୍ରତି ତାଙ୍କର ଭଲପାଇବାକୁ ସେ ପ୍ରତିପାଦିତ କରିଛନ୍ତି ।

ଏହାଛଡ଼ା ଚାଷୀଙ୍କୁ ବିହନ ଯୋଗାଇଦେବାପାଇଁ ଏକ ଆପ ଲଞ୍ଚ କରାଯାଇଛି । ଯାହାର ପ୍ରଚ୍ଛଦପଟରେ ନୀତିଶଙ୍କ ଭୂମିକା ରହିଛି । ଓଡ଼ିଶାର ବନ୍ୟସଂପଦ ପ୍ରତି ସମର୍ପିତ ନୀତିଶ କୁମାରଙ୍କୁ ଅଗ୍ରଣୀ ମାସିକ ପତ୍ରିକା “ଦି ଇଣ୍ଟରଭ୍ୟୁ ଟାଇମ୍ସ”ର ୧୨ ତମ ବାର୍ଷିକ ଉତ୍ସବରେ ସମ୍ମାନିତ କରାଯାଇଛି ।

Post Views15 Total Count

Leave a Reply

Your email address will not be published. Required fields are marked *

Apply Now


This will close in 0 seconds

error: Content is protected !!